Categories: ଭଦ୍ରକ

ଗଁ। ଲୋକେ ପ୍ରତିବର୍ଷ ବାନ୍ଧୁଛନ୍ତି ବନ୍ଧ

ଚାନ୍ଦବାଲି,୨୩।୧୧(ଡି.ଏନ.ଏ.)- ପ୍ରଶାସନ ପକ୍ଷରୁ ହୋଇପାରୁନି ସ୍ଥାୟୀ ପ୍ରତିକାର। ନିଜ ଜମିକୁ ଜୁଆର ପ୍ରଭାବରୁ ରକ୍ଷା କରିବା ପାଇଁ ଚାଷୀମାନେ ପ୍ରତିବର୍ଷ ମାଟିବନ୍ଧ ତିଆରି କରୁଛନ୍ତି। ବର୍ଷାଦିନେ ଏହି ମାଟିବନ୍ଧ ଧୋଇ ଯାଉଛି। ଶୁକ୍ରବାର ଚାନ୍ଦବାଲି ବ୍ଲକର ଜଳଦେଶ ଅଞ୍ଚଳରେ କେତେକ ଗଁ।ର ଲୋକ ମିଶି ସାଳନ୍ଦୀ ନଦୀର ମାଳିସାହି ଯୋରରେ ଗରିପୁର ନିକଟରେ ଅସ୍ଥାୟୀ ମାଟିବନ୍ଧ ବାନ୍ଧିଛନ୍ତି। ପ୍ରାୟ ୪୦ ଫୁଟ୍‌ ଲମ୍ବ ଓ ୧୫ ଫୁଟ ଓସାରର ମାଟିବନ୍ଧ ତିଆରି ହେଉଛି। ତେବେ ବନ୍ଧ ପାଇଁ ମାଟିର ଅଭାବ ଦେଖାଦେଇଛି। କାମ ସରିବାକୁ ୨ରୁ ୩ ଦିନ ଲାଗିପାରେ ବୋଲି ବନ୍ଧ ତିଆରି କରୁଥିବା ଲୋକେ ପ୍ରକାଶ କରିଛନ୍ତି। ଭୂଇଁବୃତି ପଞ୍ଚାୟତର ଗରିପୁର, ପୁରସ୍ତମପୁର, ବଉଳଯୋଡ଼ା, ଧାନଖଣିଆ, ମାଧପୁର ପଞ୍ଚାୟତର ମାଳିସାହି, କୃଷ୍ଣପୁର, ବ୍ରହ୍ମପୁର ଆଦି ୭ଟି ଗଁ।ର ଲୋକ ନିଜର ଶ୍ରମଦାନ ଓ ଆର୍ଥତ୍କ ସହଯୋଗରେ ବନ୍ଧ ନିର୍ମାଣ କରିଛନ୍ତି।
ଚାଷୀମାନଙ୍କ କହିବା ଅନୁଯାୟୀ, ଜଳ ସମ୍ପଦ ବିଭାଗ ପକ୍ଷରୁ ଏହି ଯୋର ଉପରେ ଏକ ପକ୍କାପୋଲ ନିର୍ମାଣ କରାଯାଇଥିଲେ ମଧ୍ୟ ଲୁହାର ସଟର ଲାଗି ନ ଥିବାରୁ ତାହା କାମରେ ଆସୁନାହିଁ। ମୁକୁଳା ପଡ଼ିଥିବା ଏହି ଯୋର ଦେଇ ସାମୁଦ୍ରିକ ଜୁଆର ପାଣି ପାଚିଲା ଧାନ କିଆରିରେ ମାଡ଼ି ଯାଏ। ଫଳରେ ଚାଷଜମି କ୍ଷତିଗ୍ରସ୍ତ ହୋଇଥାଏ। ସାଳନ୍ଦୀ ନଦୀର ମାଳିସାହି ଯୋରରେ ସ୍ଲୁଇସଗେଟ୍‌ ନିର୍ମାଣ ପାଇଁ ପ୍ରଶାସନ ଓ ଜନପ୍ରତିନିଧିଙ୍କ ନିକଟରେ ବାରମ୍ବାର ଦାବି କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ। ପ୍ରାୟ ୫୦ ବର୍ଷ ହେବ ପ୍ରତିବର୍ଷ କାଳୀପୂଜା ପରେ ପରେ ପାଗକୁ ଦେଖି ଏହି ଯୋରରେ ମାଟିବନ୍ଧ ବାନ୍ଧି ପାଣିକୁ ଅଟକ ରଖାଯାଉଛି। ବନ୍ଧର ଦୁଇପାଖରେ ଘାସ କଅଁଳିବା ପର୍ଯ୍ୟନ୍ତ ବନ୍ଧକୁ ସୁରକ୍ଷା ଦେବାକୁ ପଡ଼ିଥାଏ।