Categories: ପୁରୀ

ଗାଁ ମୁଣ୍ଡରେ ଲାଗିଲା ବାଉଁଶ: ବାହାର ଲୋକ ଆସିବା ମନା

ଗୋପ,୨୬ା୩(ଡି.ଏନ୍‌.ଏ.)- ଦେଶରେ ଲକଡାଉନ ଘୋଷଣା ପରେ ଗୋପ ବ୍ଲକର ୧୦୦ରୁ ଊଦ୍ଧର୍‌ବ ଗାଁ ମୁଣ୍ଡରେ ଯୁବକମାନେ ବାଉଁଶ ଧଡ଼ା ଲଗାଇ ଦେଇଛନ୍ତି। ଏହାସହ କୌଣସି ବାହାର ଲୋକଙ୍କୁ ଗାଁ ଭିତରକୁ ପ୍ରବେଶ କରାଇ ଦେଉନାହାନ୍ତି। କାରଣ ଆମ ଗାଁରେ କରୋନା ଭଳି ରୋଗ ନ ପଶୁ ବୋଲି ଶାରଡା ଗ୍ରାମର ଯୁବକମାନେ ଶପଥ କରିଥିବା ଜଣାପଡିଛି। ସୂଚନାଯୋଗ୍ୟ, କରୋନା ଭଳି ମାରାତ୍ମକ ରୋଗ ସାରା ବିଶ୍ବ ପାଇଁ ଚିନ୍ତା ବଢ଼ିଯାଇଥିବାବେଳେ ଗୋପ ବ୍ଲକ ପ୍ରଶାସନ ସେଭଳି ପଦକ୍ଷେପ ନେଉ ନ ଥିବାରୁ ଗାଁରେ ମଧ୍ୟ ଅସନ୍ତୋଷ ଦେଖାଦେଇଛି। କେବଳ ଟିଭି ମାଧ୍ୟମରେ ଆମେ ଏଭଳି ରୋଗ ବ୍ୟାପିବା ଖବର ଶୁଣୁଥିବା ବେଳେ କୌଣସି ସରକାରୀ ଅଧିକାରୀ ଗାଁକୁ ଆସି ନ ଥିବା ଗ୍ରାମବାସୀ କହିଛନ୍ତିି। ବ୍ଲକର ଅଧିକାଂଶ ଗାଁକୁ କିଛିଦିନ ହେବ ବାହାର ରାଜ୍ୟରେ ଦାଦନ ଖଟିବାକୁ ଯାଇଥିବା ଯୁବକମାନେ ଫେରି ଥିବାବେଳେ ଗ୍ରାମବାସୀ ଭୟରେ ଅଛନ୍ତି। ଏହାସହ ସେମାନଙ୍କୁ ଡାକ୍ତରଖାନା କର୍ତ୍ତୃପକ୍ଷ ପରୀକ୍ଷା କରିବା ଲାଗି ଦାବି ହେଉଛି। ଅନ୍ୟପକ୍ଷେ ଡାକ୍ତରଖାନା ପକ୍ଷରୁ କୌଣସି ଅଧିକାରୀ ଗାଁରେ ଥିବା ନଳକୂପ, ଗଡ଼ିଆ ପୋଖରୀରେ ମଧ୍ୟ ବ୍ଲିଚିଙ୍ଗ ପାଉଡର ପକାଇ ନାହାନ୍ତି ବୋଲି ଅଭିଯୋଗ ହୋଇଛି। କିନ୍ତୁ ଏଥିପ୍ରତି ପ୍ରଶାସନ ପକ୍ଷରୁ କୌଣସି ପ୍ରତିକାର ନ କରିବାରୁ ଶାରଡ଼ା ଗ୍ରାମ ସମେତ ଅନେକ ଗ୍ରାମର ଯୁବକମାନେ ଏକାଠି ହୋଇ ଗ୍ରାମ ମୁଣ୍ଡକୁ ବାଉଁଶ ପକାଇ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। କରୋନ ଭଳି ମାରାତ୍ମକ ରୋକ ଆମ ଗ୍ରାମକୁ ନ ପଶିବାକୁ ଏଭଳି ନିଷ୍ପତ୍ତ ନେଇଥିବା ଶାରଡା ଗ୍ରାମର ଧନଞ୍ଜୟ ବେହେରା, ମୂରଲୀ ପରିଡ଼ା, ବଣିଆ ସାହି ଗ୍ରାମର ମଦନ ସାହୁ ପ୍ରମୁଖ କହିଛନ୍ତି।