ଗଗନଯାନ ମାନବ ରହିତ ମିଶନରେ ହେବ ବିଳମ୍ବ: ଇସ୍ରୋ

ବେଙ୍ଗାଲୁର, ୧୧।୬: ଇସ୍ରୋର ଗଗନଯାନ ଦ୍ୱାରା ହେବାକୁ ଥିବା ପ୍ରଥମ ମାନବ ରହିତ ମିଶନରେ ବିଳମ୍ବ ହେବ। କରୋନା ମହାମାରୀ ସଙ୍କଟ ଯୋଗୁ ଏଭଳି ହେବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ୨୦୨୦ ଡିସେମ୍ବରରେ ଇସ୍ରୋର ପ୍ରଥମ ମାନବ ରହିତ ମିଶନ ଆରମ୍ଭ ହେବବୋଲି ପୂର୍ବରୁ କୁହାଯାଇଥିଲା। ସେହିପରି ଏହାର ଦ୍ୱିତୀୟ ମିଶନ ୨୦୨୧ ଜୁଲାଇରେ ହେବାର କାର୍ଯ୍ୟକ୍ରମ ଥିଲା। ମାତ୍ର ସମ୍ପ୍ରତି ଦେଖାଦେଇଥିବା କରୋନା ମହାମାରୀ ଯୋଗୁ ଏହା କରାଯିବା ସମ୍ଭବ ନୁହେଁ। ପରବର୍ତ୍ତୀ ସମୟରେ ଏହି ମିଶନ ସମ୍ପର୍କରେ ଘୋଷଣା କରାଯିବ ବୋଲି ଇସ୍ରୋ କହିଛି।

Share