Categories: ଜାତୀୟ

ଗଙ୍ଗାଘାଟରେ ନିର୍ଭୟା ଦୋଷୀଙ୍କୁ ଫାଶୀ !

ବାରାଣାସୀ, ୮।୩: ନିର୍ଭୟା ଦୋଷୀଙ୍କ ପାଇଁ ନୂଆ ଡେଥ୍‌ ଓ୍ବାରେଣ୍ଟ ଜାରି ହୋଇଛି। ୪ ଦୋଷୀଙ୍କ ଫାଶୀ ଦିନ ଘୁଞ୍ଚିବାରେ ଲାଗିଥିବାରୁ ଏହାକୁ ବିରୋଧ କରି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରବିବାର ବାରାଣାସୀର ଗଙ୍ଗାଘାଟରେ ସେମାନଙ୍କ ପୁତ୍ତଳିକାକୁ ଫାଶୀ ଦିଆଯାଇଛି। ଗଙ୍ଗାଘାଟରେ କୋର୍ଟ ବସିଥିଲା। ବିଚାର ମଧ୍ୟ ହୋଇଥିଲା। ଦୁଇପକ୍ଷଙ୍କ ଆଇନଜୀବୀ ବେଶରେ କଳାକାରମାନେ ତର୍କ କରିଥିଲେ। ଶେଷରେ ଫାଶୀ ଦଣ୍ଡାଦେଶ ହୋଇଥିଲା। ନିର୍ଭୟାଙ୍କ ମା’ ଭୂମିକାରେ ଅଭିନୟ କରିଥିବା ମହିଳା ଦୋଷୀଙ୍କ ପୁତ୍ତଳିକାକୁ ଫାଶୀ ଦେଇଥିଲେ। ଏଭଳି ଏକ ନିଆରା କୋର୍ଟ ବିଚାର ଦେଖିବାକୁ ଲୋକଙ୍କ ଗହଳି ହୋଇଥିଲା।

Share