ଭୁବନେଶ୍ୱର,୧୨।୯(ବ୍ୟୁରୋ): ଗଙ୍ଗାଧର ମେହେର ପ୍ରତିଷ୍ଠାନ ଓ ଇନ୍ଟାକର ମିଳିତ ଆନୁକୂଲ୍ୟରେ ବୁଧବାର ସ୍ଥାନୀୟ ବୁଦ୍ଧମନ୍ଦିରଠାରେ ନୂଅଁାଖାଇ ଭେଟ୍ଘାଟ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଇନ୍ଟାକର ଅଧ୍ୟକ୍ଷ ଅମିୟ ଭୂଷଣ ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ସଂସ୍କୃତି ବିଶ୍ୱବିଦ୍ୟାଳୟ କୁଳପତି ନରେନ୍ଦ୍ର କୁମାର ମିଶ୍ର ଯୋଗଦେଇଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ପୂର୍ବତନ ଦୂରଦର୍ଶନ ଅଧିକରୀ ବୈକୁଣ୍ଠ ପାଣିଗ୍ରାହୀ, ପୂର୍ବତନ ପୋଲିସ ଡିଜି ଏସ.ଏନ ତିଓ୍ବାରୀ ଉପସ୍ଥିତ ଥିଲେ। ଏହି ଅବସରରେ ବଲାଙ୍ଗୀରର ଢ଼ୋଲ ମହୁରି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ପ୍ରତିଷ୍ଠାନ ଅଧ୍ୟକ୍ଷ ମିହିର ମେହେର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।