Categories: ଖେଳ

ଗଙ୍ଗାରେ ସ୍ନାନ କଲେ ଜଣ୍ଟି ରୋଡ୍ସ

ନୂଆଦିଲ୍ଲୀ,୫ା୩- ପୂର୍ବତନ ଦକ୍ଷିଣ ଆଫ୍ରିକୀୟ କ୍ରିକେଟର ଜଣ୍ଟି ରୋଡ୍ସ ରିଶିକେଶଠାରେ ପବୀତ୍ର ନଦୀ ଗଙ୍ଗାରେ ସ୍ନାନ କରିଛନ୍ତି। ଏହାର ଏକ ଫଟୋ ସେ ନିଜ ଟୁଇଟରରେ ଶେୟାର କରିଛନ୍ତି, ଯାହାକି ଏବେ ସୋସିଆଲ ମିଡିଆରେ ଭାଇରଲ ହୋଇଯାଇଛି। ଏହାର କ୍ୟାପଶନରେ ପବୀତ୍ର ଗଙ୍ଗା ନଦୀର ଥଣ୍ଡା ପାଣିରେ ବୁଢ଼ ପକାଇଲେ ଉଭୟ ଶାରୀରିକ ଓ ଆଧ୍ୟାତ୍ମିକ ଲାଭ ମିଳିଥାଏ ବୋଲି ସେ ଲେଖିଛନ୍ତି। ନିଜ ଖେଳିବାବେଳେ ଶ୍ରେଷ୍ଠ ଫିଲ୍ଡର ଭାବେ ବିବେଚିତ ହେଉଥିବା ରୋଡ୍ସ ଭାରତ ସହ ତାଙ୍କର ସ୍ବତନ୍ତ୍ର ସମ୍ପର୍କ ରହିଛି। ୨୦୧୬ରେ ଜନ୍ମିତ ତାଙ୍କ ଝିଅର ନାମ ଇଣ୍ଡିଆ ରଖିଥିଲେ। ଉଲ୍ଲେଖଯୋଗ୍ୟ, ରୋଡ୍ସ କିଙ୍ଗ୍ସ ଏକାଦଶ ପଞ୍ଜାବ ଦଳର ଫିଲ୍ଡିଂ କୋଚ୍‌। ସେ ମୁଖ୍ୟ କୋଚ୍‌ ଅନୀଲ କୁମ୍ବଲେ, ଓ୍ବେଷ୍ଟଇଣ୍ଡିଜ କିମ୍ବଦନ୍ତୀ କର୍ଟନି ଓ୍ବାଲ୍‌ଶ, ପୂର୍ବତନ ସ୍ପିନର ସୁନୀଲ ଜୋଶୀ ଓ ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଜର୍ଜ ବେଲିଙ୍କ ସହ କାର୍ଯ୍ୟ କରିବେ।

Share