ପାଟନା, ୧୮।୬: ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ଅସ୍ଥି ଗୁରୁବାର ଗଙ୍ଗାରେ ବିସର୍ଜନ କରାଯାଇଛି। ତାଙ୍କ ପିତା ଓ ପରିବାର ସଦସ୍ୟ ମିଶି ଗଙ୍ଗାରେ ତାଙ୍କୁ ଶେଷ ବିଦାୟ ଦେଇଛନ୍ତି। ସୂଚନାଯୋଗ୍ୟ, ଜୁନ ୧୪ରେ ସୁଶାନ୍ତ ମୁମ୍ବାଇର ବାନ୍ଦ୍ରାସ୍ଥିତ ଘରେ ବେକରେ ଫାସି ଲଗାଇ ଆତ୍ମହତ୍ୟା କରିଥିଲେ। ଅନ୍ୟପଟେ ଏବେବି ସୁଶାନ୍ତଙ୍କ ମୃତ୍ୟୁକୁ ତାଙ୍କ ପ୍ରଶଂସକ ସହଜରେ ଗ୍ରହଣ କରିପାରୁ ନ ଥିବା ବେଳେ କେତେଜଣ ବଲିଉଡ୍ ସେଲିବ୍ରିଟି ଏହି ଘଟଣାକୁ ନେଇ ଚର୍ଚ୍ଚାର ପରିସରକୁ ଆସିଯାଇଛନ୍ତି। କେତେଜଣ ଏହାବି ଅଭିଯୋଗ ଆଣୁଛନ୍ତି କି ସୁଶାନ୍ତଙ୍କୁ ହତ୍ୟା କରାଯାଇଛି ସେ କେବେ ଆତ୍ମହତ୍ୟା କରି ନ ପାରନ୍ତି।