ଗଙ୍ଗା ଆଳତିରେ ସାମିଲ ହେଲେ ସାରା

ବାରାଣସୀ: ବଲିଉଡ୍‌ ନାୟିକା ସାରା ଅଲି ଖାଁ ତାଙ୍କ ଅପ୍‌କମିଂ ଫିଲ୍ମର ଶୁଟିଂ ପାଇଁ ସୋମବାର ବାରାଣସୀ ବହଞ୍ଚିଛନ୍ତି। ସେଠାରେ ସେ ସୋମବାର ସନ୍ଧ୍ୟାର ଗଙ୍ଗା ଆଳତିରେ ଯୋଗ ଦେଇଥିବା ଦେଖାଯାଇଛି। ଏହାସହ ସେ ଗଙ୍ଗାରେ ନୌବିହାର ମଧ୍ୟ କରିଥିଲେ। ଏହାର କିଛି ଫଟୋ ସେ ସୋସିଆଲ ମିଡିଆରେ ଶେୟାର କରିବା ପରେ ଘଟଣା ସମ୍ପର୍କରେ ଜଣାପଡିଛି। ବାରାଣସୀ ପରେ ସେ କାଶୀ ଗସ୍ତ କରିଛନ୍ତି। ତାଙ୍କସହ ଅଛନ୍ତି ସାଉଥ୍‌ ଷ୍ଟାର ଧନୁଷ। ସେଠାରେ ମାର୍ଚ୍ଚ ୧ରୁ ଫିଲ୍ମର ଶୁଟିଂ ଆରମ୍ଭ ହୋଇସାରିଛି। କାଶୀ ଷ୍ଟେଶନରେ ଏହି ଫିଲ୍ମର ଶୁଟିଂ ୪-୬ ମାର୍ଚ୍ଚ ମଧ୍ୟରେ କରାଯିବାକୁ ଯୋଜନା ରହିଛି। ଉକ୍ତ ଫିଲ୍ମରେ ଏକ ବିହାରି ଝିଅର ଚରିତ୍ର ସହ ଡବଲ ରୋଲରେ ନଜର ଆସିବେ ସାରା। ଏହାସହ ଧନୁଷ ଜଣେ ଦକ୍ଷିଣ ଭାରତୀୟଙ୍କ ଭୂମିକାରେ ନଜର ଆସିବେ। ମାର୍ଚ୍ଚ ୫ରେ ଚନ୍ଦୋଲିର ଖୁରୁଝା ଗାଁରେ ସାରାଙ୍କର କିଛି ସିନ୍‌ ଶୁଟିଂ କରାଯିବାକୁ ଥିବା ବେଳେ ଏବେ ସେ ନଦେସରର ଏକ ହୋଟେଲରେ ରହିଥିବା କୁହାଯାଉଛି। ଏହି ଫିଲ୍ମରେ ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ନଜର ଆସିବେ ବୋଲି ଶୁଣିବାକୁ ମିଳିଛି।

Share