ବାରାଣସି,୧୬।୭: ହିିନ୍ଦୁଧର୍ମର ବିଧି ବିଧାନ ଅନୁଯାୟୀ ପ୍ରତିଦିନ ସକାଳେ ଦଶ୍ୱମେଧ ଘାଟରେ ହେଉଥିବା ଗଙ୍ଗା ଆଳତି ସମୟରେ ପରିବର୍ତ୍ତନ କରାଯାଇଛି। ମଙ୍ଗଳବାର ପଡୁଥିବା ଚନ୍ଦ୍ର ଗ୍ରହଣ ପାଇଁ ଏହି ଆଳତିକୁ କିଛି ସମୟ ପୂର୍ବରୁ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଅପରାହ୍ନ ପ୍ରାୟ ୩ଟାରେ ଏହି ଆଳତି କରାଯିବ। ସୂଚନାଯୋଗ୍ୟ, ହିନ୍ଦୁ ରୀତିନୀତି ଅନୁଯାୟୀ ଚନ୍ଦ୍ର ଗ୍ରହଣ ଓ ସୂର୍ଯ୍ୟପରାଗ ସମୟରେ ମନ୍ଦିରରେ ପୂଜାର୍ଚ୍ଚନା ବନ୍ଦ କରାଯାଇଥାଏ। ସେଥିପାଇଁ ଏହି ସମୟ ପୂର୍ବରୁ ମନ୍ଦିରର ସମସ୍ତ ରୀତିନୀତି ସମ୍ପନ୍ନ କରିବାର ପ୍ରଥା ରହିଛି। ଏହି କ୍ରମରେ ପ୍ରତିଦିନ ଗଙ୍ଗା ଆଳତିର ସମୟରେ ପରିବର୍ତ୍ତନ କରାଯାଇଛି।