ଗଙ୍ଗା କୂଳରେ ହେଲା ‘ପିଏମ୍‌ ନରେନ୍ଦ୍ର ମୋଦି’ ବାୟୋପିକ୍‌ର ସ୍ପେଶାଲ ସ୍କ୍ରିନିଂ

ରିଷିକେଶ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନି ଉପରେ ଆଧାରିତ ଫିଲ୍ମ ‘ପିଏମ୍‌ ନରେନ୍ଦ୍ର ମୋଦି’ ବାୟୋପିକ୍‌ର ସ୍ପେଶାଲ ସ୍କ୍ରିନିଂ ରିଷିକେଶର ପରମାର୍ଥ ନିକେତନ ଆଶ୍ରମ ନିକଟ ଗଙ୍ଗାକୂଳରେ କରାଯାଇଛି। ଏଥିରେ ବିଭିନ୍ନ ପ୍ରାନ୍ତରୁ ଆସିଥିବା ବହୁ ଲୋକ ବାୟୋପିକ୍‌ର ମଜା ଉଠାଇଛନ୍ତି। ତେବେ ମୋଦିଙ୍କ ଚା’ ବିକିବାଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ହେବାର ସମସ୍ତ କାହାଣୀକୁ ଏଥିରେ ସ୍ଥାନିତ କରାଯାଇଛି। ଏହି ସ୍କ୍ରିନିଂ ଅବସରରେ ଫିଲ୍ମର ମୁଖ୍ୟ ନାୟକ ବିବେକ ଓବରଏ ମଧ୍ୟ ସେଠାରେ ପହଞ୍ଚିଥିଲେ। ଏହା ବ୍ୟତିତ ଫିଲ୍ମର ପ୍ରଯୋଜକ, ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ଗିରିଶ ମହାଜନ, ବିଧାନସଭା ଅଧ୍ୟକ୍ଷ ପ୍ରେମଚନ୍ଦ ଅଗ୍ରଓ୍ବାଲ ଆଦି ପହଞ୍ଚିଥିଲେ। ଫିଲ୍ମରେ ବିବେକଙ୍କ ବ୍ୟତିତ ବୋମନ ଇରାନି, ମନୋଜ ଯୋଶୀ, ରାଜେନ୍ଦ୍ର ଗୁପ୍ତା, ଜରିନା ବାହଓ୍ବ ଆଦି ଅଭିନୟ କରିଛନ୍ତି।

Share