Categories: ଜାତୀୟ

ଗଙ୍ଗା ନଦୀର ପାଣି ପିଇବା ଓ ଗାଧୋଇବା ପାଇଁ ଅନୁପଯୁକ୍ତ: ସିପିସିବି

ନୂଆଦିଲ୍ଲୀ, ୩୦।୫: ଗଙ୍ଗା ନଦୀର ପାଣି ପାନୀୟ ଜଳ ପାଇଁ ଉପଯୁକ୍ତ ନୁହେଁ ବୋଲି କହିଛି କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି)। ଏଥିସହ ଗଙ୍ଗା ନଦୀ ପାଣି ଯେଉଁ ଯେଉଁ ସ୍ଥାନକୁ ପ୍ରବାହିତ ହେଉଛି କେବଳ ୭ଟି ସ୍ଥାନକୁ ବିଶୁଦ୍ଧିକରଣ କରାଯିବା ପରେ ପାନୀୟ ପାଇଁ ଉପଯୋଗୀ ହୋଇଥାଏ। ସିପିସିବି ସୂଚନା ଅନୁସାରେ, ଉତ୍ତରପ୍ରଦେଶଠାରୁ ଆରମ୍ଭ କରି ପଶ୍ଚିମ ବଙ୍ଗ ପର୍ଯ୍ୟନ୍ତ ଗଙ୍ଗା ନଦୀର ପାଣି ପିଇବା ଓ ଗାଧୋଇବା ପାଇଁ ଶୁଦ୍ଧ ନୁହେଁ। ବୋର୍ଡ ପକ୍ଷରୁ ଜାରି କରାଯାଇଥିବା ଏକ ମାନଚିତ୍ରରେ ନଦୀରେ ‘କୋଲିଫୋମ୍‌’ ନାମକ ଜୀବାଣୁର ସ୍ତର ଅଧିକ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ତେଣୁ ନଦୀର ଗୁଣବତ୍ତା ଯାଞ୍ଚ କରିବା ପାଇଁ ସାରା ଦେଶରେ ପ୍ରବାହିତ ହେଉଥିବା ଗଙ୍ଗା ନଦୀ ଘାଟରେ ଲାଇଭ ନୀରିକ୍ଷଣ କେନ୍ଦ୍ରର ସ୍ଥାପନା କରାଯାଇଛି। ଯେଉଁଥିରୁ ସମସ୍ତ ଡାଟାକୁ ଏକତ୍ରିତ କରାଯାଇଛି। ଏଥିରୁ ଜଣାପଡ଼ିଛି ଯେ, ପ୍ରାୟ ୮୬ଟି ସ୍ଥାନରେ ସ୍ଥାପିତ କରାଯାଇଥିବା ଲାଇଭ ନୀରିକ୍ଷଣ କେନ୍ଦ୍ରରୁ କେବଳ ୭ଟି ଅଞ୍ଚଳରେ ପାଣି ବିଶୁଦ୍ଧ କରାଯିବା ପରେ ପିଇବା ଉପଯୋଗୀ ହୋଇଥିବା ବେଳେ ୭୮ଟି ଅନୁପଯୋଗୀ ହୋଇଥିବା ଜଣାପଡ଼ିଛି।

Share