Categories: ଫୁରସତ

ଗଙ୍ଗା ଯମୁନା ପାଣିରେ ବ୍ୟାକ୍ଟେରିୟୋଫଗେସ: ମାରାତ୍ମକ ରୋଗ ଉପଶମ କରିପାରିବ

ହିସାର: ଶରୀରରେ ଯେତେବେଳେ ଆଣ୍ଟିବାୟୋଟିକ୍ସ ବିରୋଧରେ ବ୍ୟାକ୍ଟେରିଆ ଲଢିବା ଆରମ୍ଭ କରନ୍ତି ତାହା ଆଉ କାମ କରେନାହିଁ। ଏହାଫଳରେ ରୋଗ ଉପଶମ ହୋଇନଥାଏ। କିନ୍ତୁ ଏବେ ବନାରସ ବିଶ୍ୱବିଦ୍ୟାଳୟର ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସର ବୈଜ୍ଞାନିକ ପ୍ରଫେସର ଗୋପାଳ ନାଥ ବ୍ୟାକ୍ଟେରିୟୋଫଗେସ(ଏକ ପ୍ରକାର ଭୂତାଣୁ ଯାହା ବ୍ୟାକ୍ଟେରିଆ ଭିତରେ ପ୍ରବେଶ କରି ଆକ୍ରମଣ କରେ ଓ ମାରିଦିଏ)କୁ ନେଇ ଏକ ପ୍ରକାର ଚିକିତ୍ସା ପଦ୍ଧତି ବିକାଶ କରିଛନ୍ତି ଯାହାଦ୍ୱାରା ମାରାତ୍ମକ ରୋଗର ଉପଶମ ହୋଇପାରିବ। ପ୍ରଫେସର ନାଥ କହନ୍ତି, ବ୍ୟାକ୍ଟେରିୟୋଫଗେସ ସବୁ ଜାଗାରେ ରହନ୍ତି, କିନ୍ତୁ ଗଙ୍ଗା, ଯମୁନା ପାଣିରେ ସବୁଠୁ ବେଶି ଅଛନ୍ତି। ଯେଉଁ ନଦୀ ପାଣି ସଫା ନୁହେଁ ସେଠାରେ ଏହି ବ୍ୟାକ୍ଟେରିୟୋଫଗେସ ସହଜରେ ବଂଶବୃଦ୍ଧି କରିପାରନ୍ତି। ଚିକିତ୍ସା ପଦ୍ଧତିରେ ଏହାକୁ ପଶୁଙ୍କଠାରେ ପ୍ରୟୋଗ କରାଯାଇ ଦେଖାଯାଇଛି ଯେ, ବୋନ୍‌ କ୍ୟାନ୍‌ସର ଭଲ ହୋଇପାରୁଛି। ଏହା ମାଧ୍ୟମରେ ପୋଡା କିମ୍ବା ଅନ୍ୟ କୌଣସି ସାଂଘାତିକ ସଂକ୍ରମଣ ଚିକିତ୍ସାରେ ସଫଳତା ମିଳିଛି । ଏହି ଚିକିତ୍ସା ପଦ୍ଧତିକୁ ସାଧାରଣ ବ୍ୟକ୍ତିଙ୍କ ସହ ଡାଇବେଟିସରେ ପୀଡିତଙ୍କଠାରେ ବି ପ୍ରୟୋଗ କରାଯାଇପାରିବ। ସରକାରୀ ଏଜେନ୍ସିର ଅନୁମତି ନେଇ ଏହାକୁ ମେଡିକାଲ ସାଇନ୍ସରେ ପ୍ରୟୋଗ କରାଯାଇଛି। ଯେଉଁ ରୋଗ ୫ ବର୍ଷ ଧରି ଭଲ ହୋଇପାରୁନଥିଲା ତାହା ଶୀଘ୍ର ଉପଶମ ହୋଇପାରୁଛି। ହିଲିଂ ପଦ୍ଧତିରେ ସଂକ୍ରମଣ ଜାଗାରେ ବ୍ୟାକ୍ଟେରିୟୋଫଗେସ ଇଞ୍ଜେକ୍ଟ କରାଯାଏ ଓ ଏହାପରେ ତାହା କ୍ୟାକ୍ଟେରିଆକୁ ଖାଇବା ଆରମ୍ଭ କରିଦିଏ। କିଛି ସପ୍ତାହ ଯାଏ ଏହି ପଦ୍ଧତିକୁ ଆପଣାଇବା ଦ୍ୱାରା ରୋଗ ଉପଶମ ହେବାରେ ଲାଗେ। ମିରଟର ଏସଭିବିପିୟୁଏଟି ବିଶ୍ୱବିଦ୍ୟାଳୟର କୁଳପତି ଡ. ନାଥ କହନ୍ତି, ବିଶ୍ୱରେ ବ୍ୟାକ୍ଟେରିୟୋଫଗେସ ସଂଖ୍ୟା ସବୁଠାରୁ ବେଶି। ଏମାନେ ମହାକାଶ, ସମୁଦ୍ର,ଡ୍ରେନ୍‌ରେ ସବୁଠି ଅଛନ୍ତି।

Share