Categories: ଅନୁଗୋଳ

ଗଛକଟା ହେଲା କାଳ: ୟୁକାଲିପ୍‌ଟସ କାଟିବା ସମୟରେ ବ୍ୟକ୍ତଙ୍କ ଜୀବନଗଲା

ତାଳଚେର,୪।୬(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ବ୍ଲକ ସୌଭାଗ୍ୟ ନଗରରେ ଗଛ କାଟିବା ସମୟରେ ମଙ୍ଗଳବାର ଗଛପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶ୍ରୀକାନ୍ତ ବେହେରା(୩୦)। ଶ୍ରୀକାନ୍ତ ସୌଭାଗ୍ୟ ନଗରର ଦୁର୍ଯ୍ୟୋଧନ ବେହେରାଙ୍କ ଗଛ କାଟିବାକୁ ଯାଇଥିଲେ। ଏକ ୟୁକାଲିପ୍‌ଟସ ଗଛ କାଟିବା ସମୟରେ ତାଙ୍କ ଉପରେ ଖସି ପଡ଼ିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଉପଖଣ୍ଡ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତାଳଚେର ପୋଲିସ ୧୯/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି।