ଗଛପଡ଼ି ୨ ଗୁରୁତର

ଖଜୁରିପଡା,୩୦ା୯(ଡି.ଏନ୍‌.ଏ.)-ଖଜୁରିପଡା ବ୍ଲକରେ ରବିବାର ସନ୍ଧ୍ୟାରୁ ବର୍ଷା ପବନ ଜାରି ରହିଛି। ସୁଡ୍ରୁକୁମ୍ପା ଫାଣ୍ଡି ସ୍ବଡ୍ରେଜୁ ପଞ୍ଚାୟତ ଭେଟଖୋଲ ନିକଟ ୧୫୭ନଂ. ଜାତୀୟ ରାଜପଥରେ ଛିଡା ହୋଇଥିବାବେଳେ ଶାଳଗଛ ପଡିବାରୁ ୨ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ପ୍ରଭାକର ବଗର୍ତ୍ତି, ଦେବେନ୍ଦ୍ର କହଁର। ସେହିପରି ମିଶ୍ର ରଣା ଆହତ ହୋଇଛନ୍ତି।
ପ୍ରଭାକର ଓ ଦେବେନ୍ଦ୍ର ସନ୍ଧ୍ୟାରେ ଲାଇନପଡାରୁ ଭୋଜିଖାଇ ବାଇକରେ ଫେରୁଥିଲେ। ଭେଟଖୋଲ ନିକଟରେ ମିଶ୍ରଙ୍କ ସହ ତାଙ୍କର ଦେଖାହେବାରୁ ଏକ ଶାଳଗଛ ମୂଳେ ଛିଡାହୋଇ କଥା ହେଉଥିଲେ। ଏହି ସମୟରେ ଗଛଟି ଉପୁଡି ସେମାନଙ୍କ ଉପରେ ପଡିଥିଲା। ସ୍ଥାନୀୟ ଲୋକେ ଉଦ୍ଧାର କରି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Share