ଗଛମୂଳେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର

ତେଲକୋଇ, ୨୮।୭(ଡି.ଏନ.ଏ.)-ଆଦିବାସୀ ବହୁଳ ତେଲକୋଇ ବ୍ଲକ ଅଧୀନରେ ଅଙ୍ଗନୱାଡି କେନ୍ଦ୍ରରେ ବହୁ ଅବ୍ୟବସ୍ଥା ରହିଛି। ସ୍ବତନ୍ତ୍ର ଅଙ୍ଗନଓ୍ବାଡି କେନ୍ଦ୍ର ନ ଥିବା ଯୋଗୁ ଗ୍ରାମ ମଣ୍ଡପ ଓ ଅନ୍ୟ କାହା ଘର ବାରଣ୍ଡା କିମ୍ବା ଗଛମୂଳେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର ଯୋଜନା। ଏହି ଯୋଜନାରେ ଛୋଟ ଛୁଆଙ୍କ ପାଠପଢ଼ା ମା’ଙ୍କ ପୁଷ୍ଟିକର ଖାଦ୍ୟ ଏବଂ ଛୁଆଙ୍କ ପାଇଁ ଖାଦ୍ୟ ଯୋଜନା ଚାଲିଥିବା ବେଳେ ତେଲକୋଇ ବ୍ଲକ ଅଧୀନରେ ଏହାର ପ୍ରତିଫଳନ ହୋଇଛି ଗଛମୂଳରେ। ଏନେଇ ଶିଶୁମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବର୍ଷାଦିନରେ ଏହି କେନ୍ଦ୍ରକୁ ବନ୍ଦ କରାଯାଉଛି। ତେବେ ଗଛମୂଳରେ ସେମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହୁଛି। ସରକାର ଶିଶୁଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା କରିଛନ୍ତି। କିନ୍ତୁ ଏହି ଜିଲାରେ ଯୋଜନା ଗୁଡ଼ିକର ସଫଳ ରୂପାୟନ ହୋଇପାରୁ ନାହିଁ।
ଏଭଳି ରାଇସୁଆଁ ପଞ୍ଚାୟତ ଅଧୀନରେ ଥିବା ରାଣୀବେଡାର ୩ନଂ ଅଙ୍ଗନୱାଡ଼ି କେନ୍ଦ୍ରରେ ୩ବର୍ଷ ହେବ ଗୃହ ନ ଥିବା ଯୋଗୁ ଏକ ଗଛମୂଳେ କେନ୍ଦ୍ର ଚାଲିଛି। ଏହି ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ କର୍ମୀ ଓ ହେଲ୍‌ପର ରହିଛନ୍ତି । ୧୫ଜଣ ଶିଶୁ ଓ ୧୦ଜଣ ଗର୍ଭବତୀ ମହିଳାଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ସହିତ ପାଠପଢା କାର୍ଯ୍ୟ କରାଯାଉଛି। ହେଲେ ଉକ୍ତ କେନ୍ଦ୍ରରେ ସମସ୍ତ ଶିଶୁ ଓ ମହିଳା ଜୁଆଙ୍ଗ ଜନଜାତିର। ଗୃହ ଅଭାବରୁ ଗଛମୂଳେ ପାଠପଢା ଓ ଖାଦ୍ୟ ବ୍ୟବସ୍ଥା ହେଉଥିବା ଯୋଗୁ ବଜ୍ରପାତ ଆଶଙ୍କାକୁ ନେଇ ଅଭିଭାବକମାନେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ଜଙ୍ଗଲ ଅଞ୍ଚଳରେ ବଜ୍ରପାତ ଯୋଗୁ ଗଛମୂଳେ ଗାଈଗୋରୁ ଛେଳି ସମେତ ଲୋକଙ୍କ ଜୀବନହାନି ହେଉଥିବା ବେଳେ ଏଭଳି ଗଛମୂଳେ ଅଙ୍ଗନଓ୍ବାଡ଼ି କେନ୍ଦ୍ର ରହିଥିବା ନେଇ ଅଭିଯୋଗରେ ଦର୍ଶାଇଛନ୍ତି। ଗଛମୂଳେ ଖାଦ୍ୟ ପରିବେଷଣ କରୁଥିବା ହେଲ୍‌ପର ବିନତୀ ଦଳନାୟକଙ୍କୁ ପଚାରିବାରୁ ୩ବର୍ଷ ହେବ ଗୃହ ନଥିବା ଯୋଗୁ ଉକ୍ତ ଗଛମୂଳେ କେନ୍ଦ୍ର ଚାଲିଛି । ବର୍ଷା ହେଲେ ଛୁଆଙ୍କୁ ପାଠ ପଢ଼ିବାକୁ ଯିବାକୁ ମନା କରାଯାଇଥାଏ। ତେବେ ଏ ସମ୍ପର୍କରେ ବ୍ଲକ ଶିଶୁ ପ୍ରକଳ୍ପ ଅଧିକାରୀ ପ୍ରତିଭା ମିଶ୍ରଙ୍କୁ ପଚାରିବାର ନୂତନ ଗୃହ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି। ତେବେ ଆମେ ସରକାରଙ୍କ ଅଧୀନରେ ଅଛୁ ଆଉ କ’ଣ କରିପାରିବୁ । ଗୃହ ନିର୍ମାଣ ପାଇଁ ଜିଲା ପ୍ରଶାସନଙ୍କୁ ଜଣାଇବୁ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝର ସଦର ବ୍ଲକର ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ

କେନ୍ଦୁଝର,୧୧।୧୧(ନରେଶ ପଟ୍ଟନାୟକ): ସୋମବାର ସ୍ଥାନୀୟ ସଦର ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ୧୬ ଜଣ ପଞ୍ଚାୟତ ସମିତି ସଭ୍ୟ ଓ ୧୧ ଜଣ ସରପଞ୍ଚ ଲିଖିତ ଭାବେ...

ମୟୁରଭଞ୍ଜରୁ ଚମ୍ପୁଆ ରେଞ୍ଜରେ ପଶିଲେ ୨୮ ଟିକିଆ ହାତୀପଲ: ଲୋକେ ଆତଙ୍କିତ

କେନ୍ଦୁଝର,୧୧।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ମୟୁରଭଞ୍ଜ ଜିଲାରୁ ଏକ ୨୮ ଟିକିଆ ହାତୀପଲ ଆସି କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜରେ ପଶିଛନ୍ତି। ହାତୀପଲ ପଦ୍ମପୁର ନିକଟରେ ବୈତରଣୀ...

ମୁଖ୍ୟମନ୍ତ୍ରୀଙ୍କ ଜିଲାରେ ଅପରାଧୀ ହେବେ ସାବାଡ଼: ବୁଲିବ ବାଇକ୍‌ ପିସିଆର୍‌

କେନ୍ଦୁଝର,୧୧।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଦିନକୁ ଦିନ କେନ୍ଦୁଝରରେ ବଢୁଛି ଅପରାଧ। ଯେଉଁ ଜାଗାକୁ ପିସିଆର୍‌ ଭ୍ୟାନ୍‌ ଯାଇପାରିବ ନାହିଁ ସେଇଭଳି ଜାଗାରେ ଅପରାଧ ଭିଆଉଛନ୍ତି ଅପରାଧୀ।...

ରାତିରେ ମା’ଙ୍କ ସହ ଶୋଇଥିଲେ ଶିଶୁପୁତ୍ର, ଉଠିଲା ବେଳକୁ…

ପାଟଣା,୧୧।୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ରାଇଡ଼ିହା ପଞ୍ଚାୟତ ହରିଡ଼ା ଗୋଠ ଗ୍ରାମର ଜଣେ ୮ବର୍ଷର ଶିଶୁ ପୁତ୍ରଙ୍କ ସୋମବାର ସାପ କାମୁଡ଼ାରେ ମୃତ୍ୟୁ...

ଝାଡ଼ଖଣ୍ଡ ନିର୍ବାଚନ: ପ୍ରଚାରରେ କେନ୍ଦୁଝର ନେତା

କେନ୍ଦୁଝର,୧୦।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ୨ଟି ପର୍ଯ୍ୟାୟରେ ହେବ। ଆସନ୍ତା ୧୩ ଓ ୨୦ତାରିଖରେ ଝାଡ଼ଖଣ୍ଡ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ।...

ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବ: କୁଳପତିଙ୍କ ସହ ଆଲୋଚନା କଲେ ଏମ୍‌ପି

କେନ୍ଦୁଝର,୧୦।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରସ୍ଥିତ ଧରଣୀଧର ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ପରୀକ୍ଷା ଫଳ ପ୍ରକାଶରେ ଅହେତୁକ ବିଳମ୍ବ ହେଉଥିବା ପ୍ରସଙ୍ଗକୁ ନେଇ କେନ୍ଦୁଝର ଏମ୍‌ପି ଅନନ୍ତ ନାୟକ...

ଡମ୍ପର ଚଢ଼ାଇ ୨ ଜଣଙ୍କୁ ହତ୍ୟା ଅଭିଯୋଗ

କେନ୍ଦୁଝର/ଆନନ୍ଦପୁର,୧୦ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ/ସୁଶାନ୍ତ ସାହୁ): କେନ୍ଦୁଝର ଜିଲା ଘଷିପୁରା ଥାନା ନଦିଆଁ ଗ୍ରାମରେ ରବିବାର ଅପରାହ୍ନରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ଡମ୍ପର...

ଅଧାରେ ରହିଲା କଟା ଗଛର ମୂଳ ଗଣତି

କେନ୍ଦୁଝର,୧୦।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ କାଳିକାପ୍ରସାଦ ବିଟ୍‌ ଅଧୀନସ୍ଥ କୃଷ୍ଣପୁର ସଂରକ୍ଷିତ ଜଙ୍ଗଲରେ ବେଆଇନ ଗଛ କଟା ଅଭିଯୋଗ ପରେ ବନ ବିଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri