ବେଙ୍ଗାଲୁରୁ,୧୨।୧୧: ସମ୍ପ୍ରତି ସୋସିଆଲ୍ ମିଡ଼ିଆରେ ଗଛରୁ ପଣସ ତୋଳି ଖାଉଥିବା ଏକ ହାତୀର ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ଜଣେ ଆଇଏଫ୍ଏସ୍ ଅଫିସର ପ୍ରବିଣ କାସଓ୍ବାନ ଟୁଇଟରରେ ଶେୟାର କରିଛନ୍ତି। ସେ କହିଛନ୍ତି ପାଚିଲା ପଣସ ବାସ୍ନା ହାତୀଙ୍କୁ ଆକର୍ଷିତ କରିଥାଏ। ତେଣୁ ସେମାନେ ଏହାକୁ ଖାଇବାକୁ ଆସିଥାନ୍ତି। ଭିଡ଼ିଓଟି କର୍ନାଟକର ନାଗରାହୋଲ୍ ବାଘ ସଂରକ୍ଷଣ ଯୋଜନା ନିକଟରେ ଥିବା କୋଡ଼ାଗୁ ଅଞ୍ଚଳର ବୋଲି କୁହାଯାଉଛି। ଏଠାରେ ବହୁଳ ଭାବେ କଫି ଚାଷ ହୋଇଥାଏ। ହାତୀ ଗଛରୁ ପଣସ ତୋଳି ଖାଇବା ଏଠାରେ ଦେଖିବାକୁ ମିଳିଥାଏ। ଇତିମଧ୍ୟରେ ଏହି ଭିଡ଼ିଓକୁ ହଜାରେରୁ ଅଧିକ ଥର ଶେୟାର କରାଯାଇଛି।