କୋଏମ୍ବାଟୁର,୧୭।୬: ତାମିଲନାଡୁର କୋଏମ୍ବାଟୁରରେ ଏକ ରାସ୍ତାକଡ଼ରେ ଥିବା ଗୁଲମୋହର ଗଛରେ ଭଗବାନଙ୍କ ଗଣେଷଙ୍କ ଆକୃତି ଦେଖି ଲୋକେ ଏହାକୁ ପୂଜା କରୁଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଗଛର କାଣ୍ଡରେ ଗଣେଷଙ୍କ ଏକ ଆକୃତି ହେବା ପରେ ସ୍ଥାନୀୟ ଲୋକେ ସେଠାରେ ଭଗବାନଙ୍କ ଛବିକୁ ତିଆରି କରି ପୂଜା କରୁଛନ୍ତି। ପ୍ରତିଦିନ ଏଠାରେ ଶ୍ରଦ୍ଧାଳୁ ଆସି ପୂଜାର୍ଚ୍ଚନା କରିବା ସହ ଭଗବାନଙ୍କୁ ଦର୍ଶନ କରୁଛନ୍ତି। କିଛି ଲୋକ ଏହି ଗଛକୁ ମନ୍ଦିର ଭାବୁଥିବା ବେଳେ ଏହା ସମ୍ମୁୁଖରେ ଯାହା ମାଗିଲେ ମନସ୍କାମନା ପୂରଣ ହୁଏ ବୋଲି ସେମାନଙ୍କର ବିଶ୍ୱାସ ରହିଛି। ପ୍ରତିଦିନ ଅଫିସ କି ସ୍କୁଲ ଯିବା ପୂର୍ବରୁ ସମସ୍ତେ ଏଠାରେ ଭଗବାନଙ୍କୁ ଦର୍ଶନ କରି ଯାଇଥାନ୍ତି।