ଗଛରେ ଝୁଲୁଛନ୍ତି ଶହ ଶହ ନିବସ୍ତ୍ର ନାରୀ

ଥାଇଲାଣ୍ଡର ହିମାଫନ ଜଙ୍ଗଲ ଆଜିବି ରହସ୍ୟ ହୋଇ ରହିଯାଇଛି। ଏଠାରେ ଥିବା ଏକ ଗଛରେ ଆଶ୍ଚର୍ଯ୍ୟ କଲାଭଳି ଫଳକୁ ଦେଖି ଯେ କେହି ଚମକି ଯାଉଛନ୍ତି। ଗଛରେ ଝୁଲୁଛନ୍ତି ଶହ ଶହ ନିବସ୍ତ୍ର ନାରୀ। ଏମାନଙ୍କ ମୁଣ୍ଡର ଚୁଟି ଗଛରେ ବନ୍ଧା ହୋଇଥିବା ବେଳେ ସମଗ୍ର ଶରୀର ତଳକୁ ଝୁଲି ରହିଛି। ଗଛରେ ଝୁଲୁଥିବା ଏହି ନିବସ୍ତ୍ର ନାରୀ ସଦୃଶ ପଦାର୍ଥଟି ଫଳ କି ପରିବା ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ହୁ-ବ-ଡୁ ବାଳିକା ଭଳି ଦେଖାଯାଉଥିବା ଏହି ଫଳଟି ନେରିଫନ୍‌ ନାମକ ଗଛରେ ଫଳିଥିବା ଦେଖିବାକୁ ମିଳେ। ଏହାର ରଙ୍ଗ ସବୁଜ। ତେବେ ଥାଇଲାଣ୍ଡରେ ଏହି ଗଛକୁ ନେଇ ଏକ ମାନ୍ୟତା ରହିଛି। ଲୋକଙ୍କ ବିଶ୍ୱାସ ରହିଛି ନେରିଫନ୍‌ ଗଛକୁ କୁଆଡେ ଭଗବାନ ବୁଦ୍ଧ ଏଠାରେ ଲଗାଇଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଫଳଟି ଗଛରେ ମାତ୍ର ୭ଦିନ ପର୍ଯ୍ୟନ୍ତ ରହିଥାଏ। କେହି ଏହାକୁ ତୋଳି ନେଇ ଯାଆନ୍ତି ନଚେତ୍‌ ଏହା ଆପଣାଛାଏଁ ଝଡି ଯାଇଥାଏ। ତେବେ ଏହି ନିବସ୍ତ୍ର ନାରୀ ସଦୃଶ ଫଳରେ ଆତ୍ମା ରହିଛି ବୋଲି କେହି କେହି ବିଶ୍ୱାସ କରନ୍ତି। କାରଣ ଏହା ଆପଣାଛାଏଁ ନାଚି ଗାଇ ପାରେ।

Share