ଗଛରେ ପିଟିହେଲା କଣ୍ଟେନର

ବାଲିଗୁଡ଼ା,୬ା୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର କୁର୍ତ୍ତମଗଡ଼ ପନ୍ଦରମାଇଲ ନିକଟରେ ବୁଧବାର ଏକ ଦୁର୍ଘଟଣା ଘଟିଛି। ବ୍ରହ୍ମପୁରରୁ ତୁମୁଡ଼ିବନ୍ଧ ଅଭିମୁଖେ ଯାଉଥିବାବେଳେ ଏକ ମିନି କଣ୍ଟେନର ଭାରସାମ୍ୟ ହରାଇ ପନ୍ଦରମାଇଲ ନିକଟରେ ରାସ୍ତାପାର୍ଶ୍ୱ ଗଛରେ ପିଟି ହୋଇଯାଇଥିଲା। ଫଳରେ ଗାଡ଼ିର ସମ୍ମୁଖ ଭାଗ ଗଛରେ ପିଟି ହେବାରୁ ଗାଡ଼ି ଭିତରେ ଡ୍ରାଇଭର ଚାପିହୋଇ ରହିଯାଇଥିଲେ। ଖବରପାଇ ତୁମୁଡ଼ିବନ୍ଧ ଅଗ୍ନିଶମ କର୍ମଚାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିି ଗ୍ୟାସ କଟର ସାହାଯ୍ୟରେ ଗାଡ଼ିକୁ କାଟି ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ପ୍ରଥମେ ଡ୍ରାଇଭର ତ୍ରିଲୋଚନ ମହାପାତ୍ରଙ୍କୁ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ଜିଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Share