ଶ୍ମଶାନ ନିକଟରେ ରାସ୍ତାପାର ହେଉଥିଲା ସାପ: ଭୟରେ ଗଛରେ ପିଟିଦେଲେ ବାଇକ୍‌

ଦିଗପହଣ୍ଡି,୨୨।୫(ଡି.ଏନ୍‌.ଏ.) ରାସ୍ତା ମଝିରେ ଏକ ସାପକୁ ଦେଖି ଭୟଭୀତ ହୋଇ ଜଣେ ବାଇକ୍‌ ଚାଳକ ଦୁର୍ଘଟଣାର ଶିକାର ହୋଇଛନ୍ତି। ଘଟଣାସ୍ଥଳରୁ ଯୁବକଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ପରେ ତାଙ୍କୁ ଛାଡି ଦିଆଯାଇଛି। ଯୁବକ ଜଣକ ହେଲେ ନବରଙ୍ଗପୁର ଗ୍ରାମର ବାବୁ ଗୌଡ।

ମିଳିଥିବା ସୂଚନା ମୁତାବକ, ବାବୁ ଏକ ବାଇକ୍‌ ଯୋଗେ ଗାଁକୁ ଯାଉଥିବାବେଳେ ଗ୍ରାମ ଶ୍ମଶାନ ନିକଟରେ ଏକ ସାପ ରାସ୍ତା ଅତିକ୍ରମ କରୁଥିଲା। ସାପକୁ ଦେଖି ବାବୁ ଭୟଭୀତ ହୋଇପଡିଥିଲେ। ଏପରିକି ବାଇକ୍‌ଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା।

Share