Advertisement

ଗଛରେ ପିଟିହେଲା ମିକ୍ସର ମେଶିନ, ଯନ୍ତ୍ରୀ ମୃତ

ତୁମୁଡ଼ିବନ୍ଧ,୩୦।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ତୁମୁଡ଼ିବନ୍ଧର ଡଡ଼ଙ୍ଗ ନିକଟରେ ସୋମବାର ବିଳମ୍ବିତ ରାତିରେ ମିକ୍ସର ମେଶିନ ଗାଡ଼ି ଗଛରେ ପିଟି ହେବାରୁ ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ ସୂର୍ଯ୍ୟକାନ୍ତ ସେନାପତି।(୨୫)। ସୂର୍ଯ୍ୟକାନ୍ତ ଆର୍‌କେଡି ଠିକା ସଂସ୍ଥାର କାର୍ଯ୍ୟରତ ଯନ୍ତ୍ରୀ ବୋଲି ଜଣାପଡ଼ିଛି। ଦୁର୍ଘଟଣା ପରେ ମିକ୍ସର ମେଶିନ ଡ୍ରାଇଭର ଲକ୍ଷ୍ମଣ ସେଠୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।
ପ୍ରକାଶ ଯେ, ସୋମବାର ରାତିରେ ସୂର୍ଯ୍ୟକାନ୍ତ କାମସାରି ଫେରୁଥିବା ବେଳେ ମିକ୍ସର ମେଶିନ (ଓଆର୦୨ ବିଜେ୯୪୨୪) ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା। ଘଟଣାସ୍ଥଳରେ ସୂର୍ଯ୍ୟକାନ୍ତଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ତୁମୁଡ଼ିବନ୍ଧ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ଏ ନେଇ ପୋଲିସ (୫୩/୧୯)ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel