ଗଛରେ ପିଟିହେଲା ସ୍କର୍ପିଓ, ଜଣଙ୍କ ଜୀବନଗଲା

କୁଆଁରମୁଣ୍ଡା,୧୯।୧୧: ସୁନ୍ଦରଗଡ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ କାଲସେରିଆ ନିକଟରେ ଏକ ସ୍କର୍ପିଓ ଗଛରେ ପିଟି ହେବାରୁ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଆହତ ହୋଇଛନ୍ତି। ମୃତକଙ୍କ ନାଁ ଦୀପ କୁମାର ଖେସ(୨୬)। ସ୍କର୍ପିଓରେ ମୋଟ ୧୦ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯାଇଥିବାବେଳେ ଅନ୍ୟ ୫ଜଣ ଆସିଜି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କୁଆରମୁଣ୍ଡାର ଥିବା ଡନବସ୍କୋ ସ୍କୁଲର ଜଣେ ଶିକ୍ଷକଙ୍କ ପୁଅ ମୃତ୍ୟୁ ପରେ ସତ୍କାର କାର୍ଯ୍ୟକ୍ରମ ସାରି ଫେରିବା ବେଳେ କାଲସେରିଆଠାରେ ସେମାନଙ୍କ ଗାଡି ରାସ୍ତା କଡରେ ଥିବା ଗଛରେ ପିଟି ହୋଇଯାଇଥିଲା।