ଗଛରେ ପିଟିହୋଇ ବାଇକ୍‌ଚାଳକ ମୃତ

ରାଇସୁଆଁ,୧।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ସଦର ରେଞ୍ଜ ପୋଟଳ ଗାଁର ଜଣେ ବ୍ୟକ୍ତି ବାଇକ୍‌ରେ ଯାଉଥିବାବେଳେ ହାତୀପଲଙ୍କୁ ଦେଖି ଭୟଭୀତ ହୋଇ ଦ୍ରୁତ ଗତିରେ ପଳାଉଥିବାବେଳେ ଗାଡ଼ିଟି ଗଛରେ ପିଟି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ପ୍ରକାଶ ଯେ, ପୋଟଳ ଗାଁର ନଟବର ଦାଶ(୪୦) ଶନିବାର ବିଳମ୍ବିତ ରାତିରେ ବାଇକ୍‌ରେ ଯାଉଥିବାବେଳେ ହାତୀପଲଙ୍କ ସହ ସାମ୍ନାସାମ୍ନି ହୋଇଥିଲେ। ସେ ଭୟଭୀତ ହୋଇ ଗାଡ଼ିକୁ ଦ୍ରୁତଗତିରେ ନେଇ ଯିବାବେଳେ ଏକ ଗଛରେ ପିଟି ହୋଇଯାଇଥିଲେ। ଖବର ପାଇ ଗ୍ରାମବାସୀ ତାଙ୍କୁ କେନ୍ଦୁଝର ମେଡିକାଲକୁ ନେଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।