ଗଛରେ ପିଟି ହୋଇ ଟ୍ରାକ୍ଟର ଚାଳକଙ୍କ ଜୀବନ ଗଲା

ପାଟଣା,୨୦ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ପଞ୍ଚାୟତ ଅନ୍ତର୍ଗତ ହାତିବାରି ମୁଣ୍ଡା ସାହି ରାସ୍ତାରେ ଶନିବାର ବିଳମ୍ବିତ ରାତିରେ ଗଛରେ ପଟିହୋଇ ଜଣେ ଟ୍ରାକ୍ଟର ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଅଜୟ ମୁଣ୍ଡା। ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଦୁର୍ଘଟଣାଗ୍ରସ୍ତ ହେବାରୁ ସେ ଗୁରୁତର ଆହତ ହୋଇଥିଲେ। ଚିକିତ୍ସା ପାଇଁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ତୁରୁମୁଙ୍ଗା ଥାନା ପୋଲିସ ଏନେଇ ଏକ ମାମଲା(ନଂ.୪୦/୨୦) ରୁଜୁ କରି ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟରଟିକୁ ଜବତ କରିିଛି।