Categories: ଫୁରସତ

ଗଛଲତାକୁ ବି ହୋଇଥାଏ କଷ୍ଟ: ରିସର୍ଚ୍ଚ ରିପୋର୍ଟ

ତେଲ୍‌ ଅଭିବ୍‌: ମଣିଷକୁ ଆଘାତ ଲାଗିଲେ କଷ୍ଟ ହୋଇଥାଏ। ଅନୁରୂପ ଭାବେ ଛୋଟ ବଡ଼ ସମସ୍ତ ପ୍ରାଣୀଙ୍କୁ ମଧ୍ୟ ଏଭଳି ଅନୁଭୁତି ହୋଇଥାଏ। ତେବେ ଗଛଲତାକୁ କାଟିଲେ ଅବା ପତ୍ର ଛିଣ୍ଡାଇଲେ କଷ୍ଟ ହୋଇଥାଏ। ଏନେଇ ଇସ୍ରାଏଲ୍‌ ତେଲ୍‌ ଅଭିବ୍‌ ବିଶ୍ୱବିଦ୍ୟାଳୟରେ ଗବେଷକଙ୍କ ଦ୍ୱାରା ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ଗବେଷକ ଟମାଟୋ ଏବଂ ତମାଖୁ ଗଛ ଉପରେ ଅଧ୍ୟୟନ କରି ଏହା ଜାଣିପାରିଛନ୍ତି। ଅନୁପଯୁକ୍ତ ପରିବେଶ ଏବଂ ଚାପଗ୍ରସ୍ତ ହେଲେ ଗଛଲତାଙ୍କୁ କଷ୍ଟ ହୋଇଥାଏ। ସେମାନେ ଏକ ପ୍ରକାର ଶବ୍ଦ ସୃଷ୍ଟି କରନ୍ତି। ଗବେଷକ ଏହି ଶବ୍ଦକୁ ମାଇକ୍ରୋଫୋନ ଦ୍ୱାରା ରେକର୍ଡ କରିଥିବା ଦାବି କରିଛନ୍ତି। ପତ୍ର ତୋଳିବା ସମୟରେ ଗଛଲତା ଯନ୍ତ୍ରଣାରେ ଶିିହିରି ଯାଇଥାନ୍ତି। ଫଳରେ ୨୦ କିଲୋହର୍ଜରୁ ୧୦୦ କିଲୋହର୍ଜ ଫ୍ରିକ୍ୟୁଏନ୍ସି ପର୍ଯ୍ୟନ୍ତ ଶବ୍ଦ ସୃଷ୍ଟି ହୋଇଥାଏ। ୩୫ ପ୍ରକାର ବିିଭିନ୍ନ ମେସିନ୍‌ ଲଗାଯାଇ ଗବେଷକ ଟମାଟୋ ଏବଂ ତମାଖୁ ଗଛରେ ସୃଷ୍ଟି ହେଉଥିବା ତରଙ୍ଗକୁ ରେକର୍ଡ କରି ଏହା ଜାଣି ପାରିଥିବା ରିପୋର୍ଟରେ ଦର୍ଶାଯାଇଛି।

Share