Categories: ଫୁରସତ

ଗଛ କାଟି ଗଣିଲେ ୫୫ ଲକ୍ଷ

ଲଣ୍ଡନ: ଗଛ ହେଉଛି ଜୀବନ। ମାନବସମାଜ ସବୁ ଜାଣି ମଧ୍ୟ ଏହାକୁ କାଟିବା ଲାଗି ପଛାଉ ନାହିଁ। ଫଳରେ ପରିବେଶ ଖରାପ ହେବା ସହ ବିଶୁଦ୍ଧ ଅମ୍ଳଯାନ ପାଇବା ଲାଗି ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଖାଲି ସେତିକି ନୁହେଁ ଗଛ ମଣିଷଙ୍କ ବିଭିନ୍ନ ସହାୟତା ମଧ୍ୟ କରିଥାଏ। ତଥାପି ନିଜର ସୁବିଧା ଲାଗି ଏଗୁଡ଼ିକୁ କଟାଯାଇଥାଏ। ସେଇଭଳି ଏକ ୯୦ ବର୍ଷ ପୁରୁଣା ଗଛକୁ କ୍ଷତି ପହଞ୍ଚାଇ ଲଣ୍ଡନର ଜଣେ ବ୍ୟକ୍ତିଙ୍କୁ ୫୫ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିଛି। ଏସେକ୍ସ୍‌ରେ ବାସ କରୁଥିବା ଷ୍ଟିଫେନ୍ସ୍‌ ଲରେନ୍ସ୍‌ ନାମକ ଏହି ବ୍ୟକ୍ତି ଜଣକ ନିଜ ଘର ପାଖରେ ଥିବା ପୁରୁଣା ଗଛକୁ ହଟାଇବା ପାଇଁ ସ୍ଥାନୀୟ ପ୍ରଶାସନ ନିକଟରେ ଆବେଦନ କରିିଥିଲେ। ତେବେ ଏହା ଖାରଜ ହୋଇଯାଇଥିଲା। ଏହାପରେ ଷ୍ଟଫେନ୍ସ୍‌ ଗଛ ଗଣ୍ଡିରୁ ଧାରୁଆ ଅସ୍ତ୍ରରେ ବକଳା ଛଡ଼ାଇଥିବା ଅଭିଯୋଗ ହୋଇଥିଲା। ସ୍ଥାନୀୟ କୋର୍ଟ ଏହାର ବିଚାର କରି ଷ୍ଟିଫେନ୍ସ୍‌ଙ୍କୁ ଏଭଳି ଜରିମାନା ଦଣ୍ଡାଦେଶ କରିଛନ୍ତି।

Share