ଗଛ-ଗୀତା ମାଧ୍ୟମରେ ବିଦାୟ ଦେଲେ ସରପଞ୍ଚ, ଭାବବିହ୍ବଳ ହେଲେ ପ୍ରବାସୀ

ଖଇରା,୬।୬(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଖଇରା ବ୍ଲକ ଅଧୀନ ନହଙ୍ଗ ପଞ୍ଚାୟତ ସରପଞ୍ଚ ରାଜଶ୍ରୀ ଦାସ ଶନିବାର ଗୀତା ଓ ଗଛ ଦେଇ ନହଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ରହୁଥିବା ପ୍ରବାସୀମାନଙ୍କୁ ଭାବବିହ୍ବଳ ପରିବେଶରେ ବିଦାୟ ଜଣାଇଛନ୍ତି। ଏହି ସଙ୍ଗରୋଧ କେନ୍ଦ୍ରରେ ୧୫ଜଣ ପ୍ରବାସୀ ୭ଦିନ ରହିବା ପରେ ଶନିବାର ସେମାନେ ଘରକୁ ଫେରିଛନ୍ତି। ପ୍ରବାସୀଙ୍କ ମଧ୍ୟରେ ୨୧ଦିନର ଶିଶୁ,୧୦ବର୍ଷର ବାଳକ ମଧ୍ୟ ରହିଥିଲେ। ପୂର୍ବାହ୍ନରେ ସରପଞ୍ଚ ପ୍ରବାସୀମାନଙ୍କୁ ମିଠା ଖୁଆଇବା ପରେ ଗଛ ଗୀତା ସହିତ ମାସ୍କ ଓ ଗୋଲାପ ଫୁଲ ଦେଇ ଘରକୁ ଯିବାର ବନ୍ଦୋବସ୍ତ କରିଥିଲେ। ଗଛ ପରିବେଶ କୁ ସୁସ୍ଥ ରଖିବା ସହ ସଙ୍ଗରୋଧ କେନ୍ଦ୍ରର ସ୍ମୃତିକୁ ମନେ ପକାଇବ। ଗୀତା ମଣିଷର ବାକି ଜିବନର ଚଲାପଥକୁ ସୁଗମ କରିବା ଲକ୍ଷରେ ସେ ଏହି ଭେଟି ପ୍ରବାସୀ ମାନଙ୍କୁ ପ୍ରଦାନ କରିଥିବା ନେଇ ସରପଞ୍ଚ କହିଛନ୍ତି। ଏଥିସହ ସଫେଇ କର୍ମଚାରୀ, ସିକ୍ୟୁରିଟି ଗାର୍ଡ ଓ ଅଶାକର୍ମୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ସରପଞ୍ଚଙ୍କ ସହ ପୂର୍ବତନ ସରପଞ୍ଚ ରବିନ୍ଦ୍ର ନାୟକ, ନାଏବ ସରପଞ୍ଚ ପ୍ରଶାନ୍ତ କୁମାର ଜେନା, ଶଶିକାନ୍ତ ଜେନା, ସମ୍ବିତ ସାହୁ, ତୁଷାର ଦାସ, ପ୍ରଦ୍ୟୁମ୍ନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Share