ଗଛ ପଡ଼ି ଭାଙ୍ଗିଲା ୫ ଦୋକାନ: ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଖଇରା,୨୫।୧୦(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଖଇରା ବ୍ଲକ ଅଧୀନ ବର୍ତ୍ତନା ବଜାରରେ ଗୁରୁବାର ରାତିରେ ୨ଟି ଗଛ ଉପୁଡ଼ିବା ଯୋଗୁ ୫ ଦୋକାନ ଭାଙ୍ଗି ନଷ୍ଟ ହୋଇଯାଇଛି। କ୍ଷତିଗ୍ରସ୍ତ ଦୋକାନୀମାନେ ହେଲେ ବାବୁରାମ ସାହୁ, ଭାସ୍କର ବେହେରା, ଦିବାକର ବେହେରା, ସୁଶୀଲ ସାହୁ ଏବଂ ମଙ୍ଗୁଲୁ । ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତାନିର୍ମାଣ ବେଳେ ଗୋଟିଏ ବରଗଛ ଓ ଅନ୍ୟ ଏକ ଆମ୍ବଗଛ ଅଧା ଖୋଳି ଛାଡି ଦିଆଯାଇଥିଲା। ତେଣୁ ଏଭଳି ଦୁର୍ଘଟଣା ପାଇଁ ଠିକାଦାର ସମ୍ପୂର୍ଣ୍ଣ ରୂପେ ଦାୟୀ ବୋଲି କହିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦୋକାନୀମାନେ ଦାବି କରିଛନ୍ତି ।