ଗଜପତିଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭।୩(ବ୍ୟୁରୋ): ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ବିଦେଶରୁ ଫେରି ହୋମ୍‌ କ୍ୱାରେଣ୍ଟାଇନ୍‌ ରହିଛନ୍ତି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏ ନେଇ ଏକ ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ନିଜ ତରଫରୁ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଅନ୍‌ଲାଇନ୍‌ ପୋର୍ଟାଲ୍‌ରେ ରେଜିଷ୍ଟେଶନ କରିବାକୁ ନେଇ ଧନ୍ୟବାଦ। ଅନ୍ୟ ବିଦେଶ ଫେରନ୍ତାମାନେ ମଧ୍ୟ ଏଭଳି ନିଜକୁ ପଞ୍ଜିକରଣ କରାଇ କରୋନା ମୁକାବିଲା ଦିଗରେ ସଚେତନ ହୁଅନ୍ତୁ ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ଗଜପତି ସପରିବାର ଆମେରିକା ଗସ୍ତ ସାରି ଗତ ୧୫ ତାରିଖରେ ଫେରିଥିଲେ। ମଙ୍ଗଳବାର ସରକାରଙ୍କ କୋଭିଡ୍‌-୧୯ ଅନ୍‌ଲାଇନ୍‌ ପୋର୍ଟାଲରେ ଗଜପତି ରେଜିଷ୍ଟ୍ରେଶନ କରିଥିଲେ। ରେଜିଷ୍ଟ୍ରେଶନ କରିବା ପରେ ସେ ସପରିବାର ନିଜ ଘରେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି। ଆଗାମୀ ୧୪ ଦିନ ପର୍ଯ୍ୟନ୍ତ ସେ ଭୁବନେଶ୍ୱର ଘରେ ରହି ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସମସ୍ତ ଗାଇଡ୍‌ଲାଇନ୍‌ ପାଳନ କରିବେ ବୋଲି ଜଣାପଡ଼ିଛି।

Share