ଗଜପତିଙ୍କ ମନ୍ତବ୍ୟକୁ କଂଗ୍ରେସର ନିନ୍ଦା

ଭୁବନେଶ୍ୱର,୧୭।୧୨(ବ୍ୟୁରୋ): ପୁରୀ ଗଜପତି ମହାରାଜାଙ୍କ ପ୍ରତି ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଭାରତ ବର୍ଷର ସମସ୍ତ ଜନସାଧାରଣଙ୍କ ସମ୍ମାନ ରହିଛି। ତାଙ୍କ ସ୍ଥାନ ସ୍ବତନ୍ତ୍ର ଏବଂ ବହୁ ଉଚ୍ଚରେ ବୋଲି ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି। ମାତ୍ର ପୁରୀର ବିକାଶ କେବଳ ନବୀନ ପଟ୍ଟନାୟକ ସରକାର କରିଛି ଏବଂ ଜାନକୀ ପଟ୍ଟନାୟକ ସରକାର କରିନାହାନ୍ତି ବୋଲି ଗଜପତି ମହାରାଜା ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ନିନ୍ଦନୀୟ। ରାଉତରାୟ ଏଠାରେ ଉଲ୍ଲେଖ କରିଛନ୍ତି ଯେ, ଜାନକୀ ପଟ୍ଟନାୟକ ସରକାର ସମୟରେ ପୁରୀର ବଡ଼ଦାଣ୍ଡ ପ୍ରଶସ୍ତୀକରଣ ପାଇଁ ଜବରଦଖଲ ଉଚ୍ଛେଦ କରାଯିବା ସହ ଗମନାଗମନର ସୁବିଧା ପାଇଁ ବସଷ୍ଟାଣ୍ଡ ଓ ନୂତନ ବସ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା, ଜଳ ନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥା ଓ ବିଦ୍ୟୁତ ଲାଇଟ ବ୍ୟବସ୍ଥା କରାଯାଇଥିଲା। ସେହିପରି ପୁରୀରୁ କୋଣାର୍କ ପର୍ଯ୍ୟନ୍ତ ସୁନ୍ଦର ମେରାଇନ୍‌ ରାସ୍ତା ମଧ୍ୟ ହୋଇଥିଲା। ନବୀନ ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ କେତେଗୁଡ଼ିଏ ମଠ ଭାଙ୍ଗିବା, କିଛି ରାସ୍ତା ନିର୍ମାଣ ଛଡ଼ା ଆଉ କିଛି କରିନାହାନ୍ତିବୋଲି ସୁର କହିଛନ୍ତି।

Share