Posted inଗଜପତି

ଗଜପତିରେ ୧୧ କରୋନା ପଜିଟିଭ୍‌: ୭୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ପାରଳାଖେମୁଣ୍ଡି, ୧୦ା୬ (ସ୍ବ.ପ୍ର.) -ଗଜପତି ଜିଲାରୁ ବୁଧବାର ପୁଣି ୧୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୭୨ରେ ପହଞ୍ଚିଛି। ସେମାନଙ୍କୁ ଆର.ସୀତାପୁରଠାରେ ଥିବା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରେ ୧୦ ପୁରୁଷ ଓ ଜଣେ ମହିଳା ଥିବା ଗଜପତି ଜିଲାପାଳ ଅନୁପମ ଶାହା ଜଣାଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଜିଲାରୁ ୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅନ୍ୟମାନେ ଚିକିତ୍ସାଧୀନ ଅଛନ୍ତି। ସ୍ବାସ୍ଥ୍ୟ ବିଭାଗ ଓ ପ୍ରଶାସନିକ ଅଧିକାରୀମାନଙ୍କୁ ସଜାଗ ରହିବା ପାଇଁ କୁହାଯାଇଛି। ବୁଧବାର ଚିହ୍ନଟ ହୋଇଥିବା ୧୧ଜଣଙ୍କ ମଧ୍ୟରୁ ମହାରାଷ୍ଟ୍ରରୁ ୧୦ଜଣ ଓ ତାମିଲନାଡୁରୁ ଜଣେ ପ୍ରବାସୀ ଗତ ୨୭ରେ ଗଜପତି ଜିଲାକୁ ଫେରିଥିଲେ। ଏମାନଙ୍କୁ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା। ପରେ ସମସ୍ତଙ୍କ ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ଏହାର ରିପୋର୍ଟ ପଜିଟିଭ୍‌ ଆସିଛି। ମହିଳାଙ୍କ ବୟସ ୩୦ ବର୍ଷ ହୋଇଥିବା ବେଳେ ପୁରୁଷମାନଙ୍କ ବୟସ ୨୦ରୁ ୩୩ ମଧ୍ୟରେ ହେବ ବୋଲି ଜଣାପଡିଛି। ତେବେ ଜିଲାବାସୀ ଭୟଭୀତ ହେବା ଉଚିତ୍‌ ନୁହେଁ। ଜନସାଧାରଣ ଲକ୍‌ଡାଉନ୍‌ ନିୟମ ମାନି ନିଜ ଘରେ ସୁରକ୍ଷିତ ରୁହନ୍ତୁ ବୋଲି ଜିଲାପାଳ ଶାହା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଚାଲିଗଲା ଜୀବନ

ନୂଆଗଡ଼,୭ା୪ (ଯୋଗ୍ୟବନ୍ତ ପରିଛା): ଗଜପତି ଜିଲା ସେରଙ୍ଗ ଥାନା ଅଧୀନ ଖଜୁରିପଦା ଫାଣ୍ଡି ଅନ୍ତର୍ଗତ ସୁରଙ୍ଗି ଛକଠାରେ ବାଇକ୍‌ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ସେ...

ଘରେ କେହି ନ ଥିବା ବେଳେ କଳାକନା ବୁଲାଇଲେ ଦୁର୍ବୃତ୍ତ

ପାରଳାଖେମୁଣ୍ଡି,୭।୪,(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗାରାବନ୍ଧ ଥାନା ଅଞ୍ଚଳରୁ ବଡ ଧରଣର ଚୋରି ହୋଇଛି। ଗାରାବନ୍ଧ କୁମୁଟି ସାହିର ଟି.ପ୍ରଦୀପ ସପରିବାର ତିରୁପତି...

ପୁଣି ଦାଦନ ଦୁଃଖ, ଦାଦନ ଖଟିବାକୁ ଯାଇ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ

ମୋହନା, ୫ା୪(ମନ୍ମଥ ମିଶ୍ର): ଦାଦନ ଖଟିବାକୁ ଯାଇଥିବା ଗଜପତି ଜିଲା ମୋହନା ବ୍ଲକ ରାଇଜୁକା ଗାଁର ଜଣେ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ ହେଉଛନ୍ତି...

ସହକାରୀ ଯନ୍ତ୍ରୀଙ୍କ ନିଷ୍ଠାପର କାର୍ଯ୍ୟଦକ୍ଷତାକୁ ସହକର୍ମୀ-ଜନସାଧାରଣ ମନେରଖିବେ

ଜି.ଉଦୟଗିରି, ୨।୪(ଶିଶିର ପଟ୍ଟନାୟକ): କନ୍ଧମାଳ ଜିଲା ଜି. ଉଦୟଗିରି ବ୍ଲକର ସହକାରୀ ଯନ୍ତ୍ରୀ ବାଳକୃଷ୍ଣ ମିଶ୍ର ଓ ଭାରପ୍ରାପ୍ତ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ କୁମରମଣି...

ପ୍ରଭୁ ଆନନ୍ଦେସ୍ବର, ମା’ ରୁଦ୍ରକାଳୀଙ୍କ ଦଣ୍ଡ ଯାତ୍ରା ଆରମ୍ଭ: ଭକ୍ତଙ୍କ ପ୍ରବଳ ଭିଡ଼

ଜି.ଉଦୟଗିରି,୨।୪(ଶିଶିର ପଟ୍ଟନାୟକ):ଜି. ଉଦୟଗିରି ସହରରେ ମା’ ରୁଦ୍ରକାଳୀଙ୍କ ୧୩ ଦିନିଆ ଦଣ୍ଡ ଯାତ୍ରା ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଆରମ୍ଭ ହୋଇଛି । ପ୍ରଥମେ ପାଟଭୁକ୍ତା ଶରଣ...

ଏହି ଦିନ ବିଧାୟକ ପାଣ୍ଠି ବଣ୍ଟନ ଆରମ୍ଭ କରିବେ ପାରଳାଖେମୁଣ୍ଡି ବିଧାୟକ

ଗଜପତି(ଗିରିଧାରୀ ପରିଛା):୩୧।୩: ଉତ୍କଳ ଦିବସ ଅବଶରରେ ନିଜର ପ୍ରଥମ ବିଧାୟକ ପାଣ୍ଠି ବଣ୍ଟନ ଆରମ୍ଭ କରିବେ ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ ପାଣିଗ୍ରାହୀ। ସମ୍ବାଦିକ ମାନଙ୍କ...

ଇଦ୍‌ ଉଲ୍‌ ଫିତର ପାଳିତ

ଜି.ଉଦୟଗିରି,୩୧ା୩ (ଚିନ୍ମୟ କୁମାର ସେଠୀ): ସାରା ବିଶ୍ୱରେ ମୁସଲମାନ ସମ୍ପ୍ରଦାୟର ଜନସାଧାରଣ ମହା ଆନନ୍ଦରେ ଇଦ୍‌ ଉଲ ଫିତର ପର୍ବ ପାଳନ କରିଥିବା ବେଳେ ସ୍ଥାନୀୟ...

ଜଳସଙ୍କଟଙ୍କୁ ନେଇ ବିଧାନସଭାରେ ଉଦ୍‌ବେଗ ପ୍ରକାଶ କଲେ ବିଧାୟକ

ଗଜପତି,୨୭।୩(ଗିରିଧାରୀ ପରିଛା):ଜିଲାରେ ଦିନକୁ ଦିନ ତାପମାତ୍ରା ବଢ଼ୁଥିବା ବେଳେ ଚଳିତ ବର୍ଷ ଗ୍ରୀଷ୍ମ ଆରମ୍ଭରୁ ଗଜପତି ଜିଲା ଜଳସଙ୍କଟ ଦେଖିବାକୁ ମିଳିଛି। ଜିଲାରେ ବିଗତ ବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image