ଗଜପତିରେ ୫-ଟି ସଚିବଙ୍କ କୋଭିଡ ହସ୍ପିଟାଲ ପରିଦର୍ଶନ, ଉନ୍ନୟନ କାର୍ଯ୍ୟର କଲେ ସମୀକ୍ଷା

ପାରଳାଖେମୁଣ୍ଡି,୧୫।୫(ଡି.ଏନ୍‌.ଏ.): ୫-ଟି ସଚିବ ଭି.କେ. ପାଣ୍ଡିଆନ ଗଜପତି ଜିଲା ଗସ୍ତରେ ଆସି ଭାରତମାତା ପରିସରରେ ପ୍ରସ୍ତୁତ ୧୧୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲକୁ ଶୁକ୍ରବାର ପରିଦର୍ଶନ କରିଛନ୍ତି। ତାଙ୍କ ସହିତ ଉନ୍ନୟନ ସଚିବ ସୁରେଶ କୁମାର ମହାପାତ୍ର, ଜିଲାପାଳ ଅନୁପମ ସାହା, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଗୁନୁରାଣି ପଟ୍ଟନାୟକ, ପ୍ରମୁଖ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ୫-ଟି ସଚିବ କୋଭିଡ ହସ୍ପିଟାଲର ବିଭିନ୍ନ ୱାର୍ଡ ବୁଲି ଦେଖିବା ସହ ଜିଲାରେ କୋଭିଡ ମୁକାବିଲା ପାଇଁ କିପରି ପ୍ରସ୍ତୁତି କରାଯାଇଛି, ବିଶେଷ କରି ଜିଲାକୁ ମାତ୍ରାଧିକ ସଂଖ୍ୟାରେ ଆସୁଥିବା ପ୍ରବାସୀ ଓଡ଼ିଆଙ୍କ ରହିବା ପାଇ କ୍ୱାରାଣ୍ଟାଇନ କେନ୍ଦ୍ର ଗୁଡିକରେ କିଭଳି ବ୍ୟବସ୍ଥା କରାଯାଇଛି ଏବଂ ରାସ୍ତାରେ ଯେପରି କେହି ଚାଲି ଚାଲି ନ ଆସିବେ ସେ ନେଇ ଜିଲା ପ୍ରଶାସନ ତଥା ଦାୟିତ୍ୱରେ ଥିବା ନୋଡାଲ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରି ସମୀକ୍ଷା କରିଛନ୍ତି। ଏଥିସହ ଗସ୍ତ ସମୟରେ ଏହି ହସପିଟାଲକୁ କିଭଳି ୨୦୦ ଶର୍ଯ୍ୟା ବିଶିଷ୍ଟ ହସ୍‌ପିଟାଲରେ ପରିଣତ କରାଯାଇପାରିବ ସେ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିବା ଜିଲାପାଳ କହିଛନ୍ତି।