ଛତ୍ରପୁର,୧୬ା୪(ଡି.ଏନ୍.ଏ.): କରୋନା ପରିପ୍ରେକ୍ଷୀରେ ଗଞ୍ଜାମ ଜିଲାରେ ଲକ୍ଡାଉନ୍ ଓ ପ୍ରତ୍ୟହ ୧୯ଘଣ୍ଟା ସଟ୍ଡାଉନ୍ ଜାରି ରହିଛି। ସମସ୍ତେ ଘରେ ଅଛନ୍ତି। ବୋରିଂରୁ ମୁକ୍ତି ପାଇବା ସହ ଶିକ୍ଷା ଗ୍ରହଣ ପାଇଁ ଗଞ୍ଜାମ ଜିଲା ପ୍ରଶାସନ ଅଭିନବ ପଦକ୍ଷେପ ଗ୍ରହଣ କରିଛି। ଏକ୍ସଜେନ୍ ସହ ମିଶି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଅନଲାଇନରେ ସ୍କେଚିଙ୍ଗ, ଡ୍ରଇଂ ଓ ଫୋଟୋଶପ୍ ଶିକ୍ଷା ପ୍ରଦାନର ବ୍ୟବସ୍ଥା କରାଯାଇଛି। ୧୪ ଦିନିଆ ଏହି ମାଗଣା ସାର୍ଟିଫିକେଟ କୋର୍ସ ଚଳିତମାସ ୧୮ରୁ ଆରମ୍ଭ ହୋଇ ମେ ୧ ପର୍ଯ୍ୟନ୍ତ ଚାଲିବ ବୋଲି ଗଞ୍ଜାମ ଜଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି।
Posted inଆମ ଜିଲା ଖବର, କରୋନା ଭାଇରସ୍, ଗଞ୍ଜାମ