ଗଞ୍ଜାମକୁ ଟପିଲା ଯାଜପୁର

ଭୁବନେଶ୍ୱର,୨୮।୫(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ରାଜ୍ୟର ୨୯ଜିଲା ଏବେ କରୋନା କବଳରେ। ଗୁରୁବାର ସକାଳେ ରାଜ୍ୟରେ ଆଉ ୬୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୬୦ରେ ପହଞ୍ଚିଛି। ତେବେ ଗୁରୁବାର ଗଞ୍ଜାମ ଜିଲାରେ ସର୍ବାଧିକ ୨୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଗଞ୍ଜାମରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୪ରେ ପହଞ୍ଚିଛି। ସେହିପରି ଯାଜପୁରରେ ନୂଆ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଯାଜପୁରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୫୩କୁ ଛୁଇଁଛି। ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ଥିବା ବେଳେ ଚିକିତ୍ସାଧିନଙ୍କ ସଂଖ୍ୟା ଯାଜପୁରଠାରୁ କମ ରହିଛି, ଅର୍ଥାତ   ଚିକିତ୍ସାଧିନଙ୍କ ସଂଖ୍ୟାରେ ଯାଜପୁର ଗଞ୍ଜାମକୁ ଟପିଯାଇଛି। ଏବେ ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ ରାଜ୍ୟର ସର୍ବାଧିକ ଚିିକିତ୍ସାଧିନ ଯାଜପୁର ଜିଲାର। ସୂଚନାଯୋଗ୍ୟ, ଗଞ୍ଜାମରେ ୩୯୪ ଆକ୍ରାନ୍ତଙ୍କ ମଧ୍ୟରୁ ୮୯ ଚିକିତ୍ସାଧିନ ଥିବାବେଳେ ୩୦୨ସୁସ୍ଥ ହୋଇଛନ୍ତି ଏବଂ ୩ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ଯାଜପୁର ଜିଲାରେ ୨୫୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୨ଜଣ ଚିକିତ୍ସାଧିନ ଥିବାବେଳେ ୧୫୧ଜଣ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share