ଗଞ୍ଜାମରେ ଆଉ ଜଣେ କରୋନା ଆକ୍ରାନ୍ତ ମୃତ: ୫ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ଛତ୍ରପୁର,୧୨।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଆଉ ଜଣେ ୫୫ ବର୍ଷୀୟ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏ ସମ୍ପର୍କରେ ଶୁକ୍ରବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିକିତ୍ସାଧୀନ ଅବସ୍ଥାରେ କୋଭିଡ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି। ଶ୍ୱାସ ଜନିତ ସମସ୍ୟା କାରଣରୁ ତାଙ୍କର ଏହି ମୃତ୍ୟୁ ହୋଇଥିବା କୁହାଯାଇଛି। ତେବେ କେଉଁ ଦିନ ତାଙ୍କର ମୃତ୍ୟୁ ଘଟିଛି ଓ ତାଙ୍କ ପରିଚୟ ଦିଆଯାଇ ନାହିଁ।

Share