ଗଞ୍ଜାମରେ ଆଉ ୫ କୋଭିଡ୍‌ ହସ୍ପିଟାଲ: ଜିଲାପାଳ

ଛତ୍ରପୁର,୧୦ା୫(ଡି.ଏନ୍‌.ଏ.): ଗଞ୍ଜାମରେ ଆଉ ୫ଟି କୋଭିଡ୍‌ ହସ୍ପିଟାଲ ଖୋଲାଯିବ। ଏନେଇ ପ୍ରସ୍ତୁତି ସରିଥିବା ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ରବିବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବର୍ତ୍ତମାନ ଜିଲାର ଶିତଳାପଲି ଠାରେ କୋଭିଡ୍‌ ହସ୍ପିଟାଲ ରହିଛି। ସେଠାରେ ୨୦୦ ଶଯ୍ୟା ରହିଛି। କରୋନା ପଜିଟିଭ୍‌ମାନେ କୋଭିଡ୍‌ ହସ୍ପିଟାଲରେ ରହିଛନ୍ତି। ତାଙ୍କର ଠିକ୍‌ ଭାବେ ଚିକିତ୍ସା କରାଯାଉଛି। ଡାକ୍ତରମାନେ ସେମାନଙ୍କ ଉପରେ ନଜର ରଖିଥିବା ଜିଲାପାଳ କହିଛନ୍ତି। ଆବଶ୍ୟକତା ଅନୁସାରେ ବିଭିନ୍ନ ବିଲ୍ଡିଂର କୋଭିଡ୍‌ ହସ୍ପିଟାଲ କରାଯିବା ପାଇଁ ପଦକ୍ଷେପ ନିଆଯିବ ରାଜ୍ୟ ସରକାରଙ୍କ ଦ୍ୱାରା ପଠାଯାଇଥିବା ସ୍ବାସ୍ଥ୍ୟ ଟିମ୍‌ ଗଞ୍ଜାମ ଜିଲାର କ୍ୱାରାଣ୍ଟାଇନ ସେଣ୍ଟର ପରିଦର୍ଶନ କରି କେଉଁ ପ୍ରବାସୀଙ୍କ ଠାରେ କରୋନା ଲକ୍ଷଣ ଅଛି କି ନାହିଁ, କ୍ୱାରାଣ୍ଟାଇନ୍‌ ସେଣ୍ଟରରେ କ’ଣ ସୁବିଧା ଅଛି, ସ୍ବାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରୁଛନ୍ତି। ଏହାପୂର୍ବରୁ ଜିଲାପାଳ ଅନ୍ୟମାନଙ୍କ ସହ ସ୍ବାସ୍ଥ୍ୟ ଟିମ୍‌ ଏସମ୍ପର୍କରେ ଆଲୋଚନା କରିଥିଲେ। ସେମାନଙ୍କ ଠାରୁ ମିଳିବାକୁ ଥିବା ଫିଡ୍‌ ବ୍ୟାକ୍‌ ଆଧାରରେ କାମ ହେବ ଏବଂ ଏହା ଗଞ୍ଜାମ ଜିଲା ପାଇଁ ସହାୟକ ହୋଇପାରିବ ବୋଲି ଜିଲାପାଳ କହିଛନ୍ତି।

Share