ଗଞ୍ଜାମ ଅଫିସ, ୨୪।୬: ଗଞ୍ଜାମ ଜିଲାରେ ବୁଧବାର ୭୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲାରେ ମୋଟ ପଜିଟିଭ ସଂଖ୍ୟା ହଜାରେ ଟପିଛି। ବର୍ତ୍ତମାନ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩୧। ଏମାନଙ୍କ ମଧ୍ୟରୁ ୧୪ଜଣ କରୋନା ଯୋଦ୍ଧା ଥିବା ସୂଚନା ମିଳିଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଆକ୍ରାନ୍ତଙ୍କର ଟ୍ରୋଭେଲ ହିଷ୍ଟ୍ରି ରହିଥିବା ବେଳେ ୫୬ ଜଣ ଅନ୍ୟ ପଜିଟିଭିଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଟୁଇଟ୍କରି ସୂଚନା ଦେଲେଛନ୍ତି ଗଞ୍ଜାମ ଜିଲାପାଳ।
ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଜିଲାରେ ମୋଟ ୧୦୩୧ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩୪୩ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ୬୮୦ ଜଣ ସୁସ୍ଥ ହୋଇଥିବା ବେଳେ ୮ ଜଣଙ୍କ ମୃତ୍ୟୁ ଘଟିଛି।