ଗଞ୍ଜାମରେ କରୋନା ଯୋଦ୍ଧାଙ୍କ ପାଇଁ ଚିନ୍ତା: ୯ ଦିନରେ ସଂକ୍ରମିତ ହେଲେଣି ୯୪ ଜଣ

ଛତ୍ରପୁର, ୨୬।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାକୁ ବର୍ତ୍ତମାନ ପର୍ଯ୍ୟନ୍ତ ୨ ଲକ୍ଷ ୧୬ ହଜାର ୮୨୦ ଜଣ ପ୍ରବାସୀ ଫେରିଛନ୍ତି। ଏ ନେଇ ଜିଲାରେ କରୋନା ପଜିଟିଭଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୂର୍ବରୁ କେବଳ ପ୍ରବାସୀମାନେ ସଂକ୍ରମିତ ଚି଼ହ୍ନଟ ହେଉଥିଲେ। ମାତ୍ର ଏବେ କିଛିଦିନ ହେଲା ହେଲାଣି କରୋନା ଯୋଦ୍ଧା ଓ ସ୍ଥାନୀୟ ଲୋକେ କରୋନାରେ ସଂକ୍ରମିତ ହେବାରେ ଲାଗିଛନ୍ତି। ଏ ନେଇ ଜିଲା ପ୍ରଶାସନର ଚିନ୍ତା ବଢିଛି।
ମିଳିଥିବା ସୂଚନା ଅନୁସାରେ, ଗତ ୯ ଦିନ ମଧ୍ୟରେ ୯୪ଜଣ କରୋନା ଯୋଦ୍ଧା ପଜିଟିଭ ଚି଼ହ୍ନଟ ହୋଇଛନ୍ତି। କୋଭିଡ୍‌ ପରିଚାଳନା ସକାଶେ କାର୍ଯ୍ୟରତ କୋଭିଡ୍‌ ଯୋଦ୍ଧା ଅଧିକାରୀ ଓ କର୍ମଚାରୀ ଙ୍କର ଭୂମିକା ଗୁରୁତ୍ୱପୂର୍ଣ ରହିଛି। ଏମାନଙ୍କ ଛଡା କୋଭିଡ୍‌ ପରିଚାଳନା ଅସମ୍ଭବ। ଏଥିପାଇଁ ସରକାରୀ ଅଫିସକୁ ୧୦ ଦିନ ପାଇଁ ସର୍ବସାଧାରଣ ମନା ଥିବାବେଳେ ରୋଟେଶନ ପ୍ରକାରେ କୋଭିଡ୍‌ ଯୋଦ୍ଧାମାନେ କାମ କରିବାକୁ ପୂର୍ବରୁ ନିଷ୍ପତି ମଧ୍ୟ ନିଆଯାଇଛି। ଅପରପକ୍ଷରେ କରୋନା ଆକ୍ରାନ୍ତ ଥିବା ଯୋଦ୍ଧାମାନେ ସୁସ୍ଥ ହେବା ପରେ ପୁଣି କାର୍ଯ୍ୟରେ ଯୋଗ ଦେଉଥିବା ଜଣାଯାଇଛି।

Share