ଗଞ୍ଜାମରେ କରୋନା ସ୍ଥିତି ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଟିମ୍‌ର ଆଲୋଚନା: ବିଭିନ୍ନ କ୍ୱାରାଣ୍ଟାଇନ୍‌ ସେଣ୍ଟର ବୁଲି ଦେଖିଲେ; ଅନ୍ତେବାସୀଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବା ଉପରେ ଗୁରୁତ୍ୱ

ଛତ୍ରପୁର, ୧୨।୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ କରୋନା ପଜିଟିଭଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଗତ ୧୦ ତାରିଖରେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌କୁ ଜିଲାକୁ ପଠାଇଥିଲେ। ମଙ୍ଗଳବାର ଛତ୍ରପୁରଠାରେ ଥିବା ଜ଼ିଲାପାଳଙ୍କ କାର୍ଯ୍ୟାଳୟରେ ଉକ୍ତ ଟିମ୍‌ ଜିଲା ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ ଏକ ଆଲୋଚନା କରିଛନ୍ତି। ଏଥିରେ କ୍ୱାରାଣ୍ଟାଇନ ନିୟମକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା, ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ସମନ୍ବୟ ରକ୍ଷା, ଅନ୍ତେବାସୀଙ୍କୁ ଆବଶ୍ୟକୀୟ ସ୍ବାସ୍ଥ୍ୟ ସେବା ଯୋଗାଇଦେବା, ସେଠାରେ ସେବା ଯୋଗାଉଥିବା ଲୋକ ମାସ୍କ ଏବଂ ଗ୍ଳୋବ୍ସ ବ୍ୟବହାର, ସମଦୂରତା ରକ୍ଷା ପାଇଁ ସ୍ବାସ୍ଥ୍ୟ ବିଭାଗ ଟିମ୍‌ର ସଦସ୍ୟ ପରାମର୍ଶ ଦେଇଥିଲେ। ଏହାଛଡ଼ା ଗତ ୩ ଦିନ ଧରି ଜିଲାର ବିଭିନ୍ନ କ୍ୱାରାଣ୍ଟାଇନ ସେଣ୍ଟରକୁ ଉକ୍ତ ୭ ଜଣିଆ ଟିମ ବୁଲି କେନ୍ଦ୍ର ଅଧିକାରୀ, ଏଏନ୍‌ଏମ୍‌ ଓ ଅନ୍ୟ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ସେଠାରେ ଅନ୍ତେବାସୀଙ୍କୁ ସଠିକ ଭାବେ ଖାଦ୍ୟ ଦିଆଯାଉଛି କି ନାହିଁ, ସାମାଜିକ ଦୂରତା ବଜାୟ ରଖାଯାଉଛି କି ନାହିଁ ଓ କୌଣସି ପଜିଟିଭ ଚିହ୍ନଟ ହେଲା ପରେ ସେ କାହା ସହିତ ସଂସ୍ପର୍ଶରେ ଆସିଛି ତାହାର ତଥ୍ୟ ରଖାଯାଉଛି କି ନାହିଁ, କୌଣସି ବ୍ୟକ୍ତିଙ୍କୁ କରୋନା ଲକ୍ଷଣ ଦେଖାଗଲେ ସଠିକ ଚିକିତ୍ସା କରାଯାଉଛି କି ନାହିଁ, ସଠିକ ସମୟରେ କର୍ମଚାରୀମାନେ ସଂଗରୋଧ କେନ୍ଦ୍ରକୁ ଆସୁଛନ୍ତି କି ନାହିଁ ଏବଂ ସଂଗରୋଧ କେନ୍ଦ୍ର ପରିସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି କି ନାହିଁ ତାହା ତଦାରଖ କରିଥିବା ନେଇ ସୂଚନା ମିଳିଛି। ତେବେ ଏହି ଆଲୋଚନାରେ ଆଇସିଏମ୍‌ଆର୍‌ ବୈଜ୍ଞାନିକ ଡ଼. ଜୟପ୍ରକାଶ କ୍ଷତ୍ରୀ, ଡବ୍ଲୁଏଚ୍‌ଓ ଷ୍ଟେଟ ପ୍ରୋଗ୍ରାମର ଅଫିସର ଡ଼. ନିହାର ରାୟ , ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର , ଡିପିଏମ ଶ୍ୟାମ ସୁନ୍ଦର ତ୍ରିପାଠୀ, ଛତ୍ରପୁର ହସ୍ପିଟାଲ ସୁପରିଡେଣ୍ଟ କାହ୍ନୁ ଚରଣ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କରେଣ୍ଟ ଲାଗି ଜଙ୍ଗଲରେ ଚାଲିଗଲା ୩ ହାତୀଙ୍କ ଜୀବନ

ରେଢ଼ାଖୋଲ,୧୮ା୧୧: ସମ୍ବଲପୁର ଜିଲା ରେଢ଼ାଖୋଲ ଜଙ୍ଗଲରୁ ୩ଟି ହାତୀର ମୃତଦେହ ଜବତ ହୋଇଛି। ନାକଟିଦେଉଳ ରେଞ୍ଜ ବୁରମାଲ ଜଙ୍ଗଲରୁ ୩ଟି ହାତୀ ମଧ୍ୟରେ ୨ଟି ବଡ଼...

ଉପଜିଲାପାଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କାମାକ୍ଷାନଗର,୧୮ା୧୧: ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଜିଲାପାଳଙ୍କ ଘରେ ସୋମବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଉପଜିଲାପାଳ ନାରାୟଣ ଚନ୍ଦ୍ର...

ଡିଭାଇଡରରେ ପିଟିହେଲା ବସ୍‌

ଜଳେଶ୍ୱର,୧୮ା୧୧: ବାଲେଶ୍ୱର ଜିଲା ଜଳେଶ୍ୱରର ଲକ୍ଷ୍ମଣନାଥ ଟୋଲ୍‌ଗେଟ୍‌ ନିକଟରେ ସୋମବାର ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବସ୍‌ରେ ୫୦ ଜଣ ଯାତ୍ରୀ ଥିବାବେଳେ କେହି...

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ପରେ ମାଡ଼ିଗଲା ଟ୍ରକ୍‌: ଜଣେ ମୃତ, ୩ ଗୁରୁତର

ବାଲିଗୁଡା,୧୭।୧୧: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଧୀନ ୫୯ ନମ୍ବର ଜାତୀୟ ରାଜପଥର ପରମପାଙ୍ଗା ନିକଟ ଇର୍ପିଗୁଡାଠାରେ ରବିବାର ରାତିରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ...

କଟକ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟ ବଢ଼ିଲା, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ନିଷ୍ପତ୍ତି

କଟକ, ୧୭।୧୧: ବିବାଦ ପରେ ବଢ଼ିଲା କଟକ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହସ୍ତକ୍ଷେପ ପରେ ଆଉ ଅଧ ଘଣ୍ଟା...

ପର୍ଯ୍ୟଟନଙ୍କୁ ଆକୃଷ୍ଟ ପାଇଁ ପ୍ରୟାସ: ଅଣ୍ଟା ଭିଡ଼ିଲା ହୋଟେଲ ଆସୋସିଏଶନ

ଭବାନୀପାଟଣା,୧୭।୧୧(ଉତ୍ତମ କୁମାର ଦାଶ): ଭବାନୀପାଟଣା ସ୍ଥିତ ହୋଟେଲ ମିଟ୍‌ ଟାଉନରେ ରବିବାର ସାରେ କଳାହାଣ୍ଡି ହୋଟେଲ, ରେଷ୍ଟୁରାଣ୍ଟ ଆସୋସିଏଶନର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ...

ସୁରକ୍ଷା ବାହିନୀଙ୍କୁ ଟାର୍ଗେଟ କରି ଖଞ୍ଜୁଥିଲେ ବିସ୍ଫୋରକ ସାମଗ୍ରୀ: ମାଡ଼ି ବସିଲେ ଯବାନ

ମାଲକାନଗିରି, ୧୭।୧୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକ୍‌ମା ଜିଲାରେ ଯବାନଙ୍କ ତଲାସି ଅଭିଯାନ ସମୟରେ ଜଣେ ମାଓବାଦୀଙ୍କୁ ଗିରଫ କରାଯାଇଛି। ଗିରଫ ମାଓବାଦୀ...

ଘରକୁ ଫେରୁଥିଲେ ବ୍ୟବସାୟୀ, ବାଟରେ ଝାମ୍ପି ନେଲେ ସୁନା, ରୁପା ଭର୍ତ୍ତି ବ୍ୟାଗ

ଲହୁଣୀପଡ଼ା,୧୭ା୧୧(ଦାଶରଥି ପଣ୍ଡା): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଖୁଣ୍ଟଗାଁ ହାଟରୁ ସୁନା ବ୍ୟବସାୟୀଙ୍କଠାରୁ ସୁନା ଝାମ୍ପିନେଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିବା ଲହୁଣୀପଡ଼ା ଥାନାରେ ଅଭିଯୋଗ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri