ଗଞ୍ଜାମରେ ଗୋ’ ପାଇଲଟ୍‌ ଯୋଜନା: ପ୍ରଥମ ପର୍ଯ୍ୟାୟରେ ୪୦ଚାଷୀ ସାମିଲ

ଛତ୍ରପୁର,୫।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚାଷୀଙ୍କ ପାଇଁ ମୋ’ ଗୋ ଧନ ଯୋଜନାରେ ଗୁହାଳ ଘର ନିର୍ମାଣ ହେବ। ଏହି ଯୋଜନାରେ ଗୋମୂତ୍ର ଷ୍ଟୋରେଜ୍‌ ୟୁନିଟ୍‌, ବାୟୋ ଗ୍ୟାସ ଉତ୍ପାଦନ ୟୁନିଟ୍‌ ପାଇଁ ଅନୁଦାନ ଦିଆଯିବ। ଗୋମୂତ୍ରକୁ ଅର୍ଗାନିକ ଫାର୍ମିଙ୍ଗ ପାଇଁ ଫସଲରେ ସ୍ପ୍ରେ କରାଯିବ। ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ୪୦ଚାଷୀଙ୍କୁ ଏଥିରେ ସାମିଲ କରାଯିବ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ଗୁରୁବାର ଛତ୍ରପୁରସ୍ଥିତ ଋଷିକୂଲ୍ୟା ସମ୍ମିଳନୀ ଗୃହରେ ଆୟୋଜିତ ଗଞ୍ଜାମ ଜିଲାସ୍ତରୀୟ ପଞ୍ଚାୟତିରାଜ ଦିବସ ସମାରୋହରେ ଏସମ୍ପର୍କରେ ଉପସ୍ଥିତ ପଞ୍ଚାୟତିରାଜ ପ୍ରତିନିଧି, ମହିଳା ସଂଘ ଓ ଅନ୍ୟମାନଙ୍କୁ ଅବଗତ କରଯାଇଥିଲା। ଡିଆରଡିଏ ପିଡି ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏହି ବୈଠକରେ ଉପସ୍ଥିତ ଥିଲେ।

Share