ଘର ଘର ବୁଲି ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ଆରମ୍ଭ: ୪୦ ଲକ୍ଷ ଲୋକଙ୍କ କରାଯିବ ସ୍କ୍ରିନିଂ

ଛତ୍ରପୁର,୯ା୪(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାର ସମସ୍ତ ଘରକୁ ଯାଇ ଗଠିତ ଟିମ୍‌ ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ତଥ୍ୟ ସଂଗ୍ରହ ଆରମ୍ଭ କରିଛନ୍ତି। ୩ ଦିନ ମଧ୍ୟରେ ଏହି ଯାଞ୍ଚ ସମ୍ପୂର୍ଣ୍ଣ ଭାବେ ସରିବ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି। ଏହି ରିପୋର୍ଟକୁ ଆଧାର କରି କାହାର ଯଦି ସ୍ବାସ୍ଥ୍ୟ ଖରାପ ଥିବ ଏ ସମ୍ପର୍କରେ ସ୍ବସ୍ଥ୍ୟ ବିଭାଗକୁ ଅବଗତ କରାଯିବ। ପରେ ସ୍ବାସ୍ଥ୍ୟ ଟିମ୍‌ ଉକ୍ତ ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସ ଯୋଗେ ଆଣି ଚିକିତ୍ସା ବ୍ୟବସ୍ଥା କରିବେ ବୋଲି ଜିଲାପାଳ କୁଲାଙ୍ଗେ ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ଟିମରେ ଅଙ୍ଗନଓ୍ବାଡି କର୍ମୀ, ଆଶାକର୍ମୀ, ଏଏନ୍‌ଏମ୍‌, ଶିକ୍ଷକ ଅଛନ୍ତି। ଗଞ୍ଜାମ ଜିଲାର ୭ ଲକ୍ଷ ପରିବାରର ୪୦ ଲକ୍ଷ ଲୋକଙ୍କ ସ୍କ୍ରିନିଂ କରାଯିବ।

Share