ଗଞ୍ଜାମରେ ଡିଜିପି: ଲୋକଙ୍କ ଆସ୍ଥାଭାଜନ ହେବାକୁ ଦେଲେ ପରାମର୍ଶ

ଛତ୍ରପୁର,୧୨ା୪(ଡି.ଏନ୍‌.ଏ.): ରାଜ୍ୟ ପୋଲିସ ଡିଜି ଅଭୟ ରବିବାର ଗଞ୍ଜାମ ଜିଲାକୁ ଆସି ବିଭିନ୍ନ ଥାନା ଗଞ୍ଜାମ ଏସ୍‌ପିଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। କରୋନା ସଂକ୍ରମଣ ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରି କ’ଣ ସବୁ ପଦକ୍ଷେପ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେ ସମ୍ପର୍କରେ ଡିଜିପି ପଚାରି ବୁଝିଥିଲେ। ପ୍ରଶାସନ ସହ ମିଶି କାମ କରିବାକୁ ପରାମର୍ଶ ଦେଇଥିଲେ। ପୋଲିସ କଣ୍ଟ୍ରୋଲ ରୁମ୍‌ର କାର୍ଯ୍ୟକାରିତା, ପାଟ୍ରୋଲିଂ, କର୍ମଚାରୀଙ୍କ ମଙ୍ଗଳ କାର୍ଯ୍ୟକ୍ରମ ତ୍ୱରାନ୍ବିତ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଲୋକଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ଏବଂ ସେମାନଙ୍କ ସମସ୍ୟା ଶୁଣି ଆସ୍ଥା ଭାଜନ ହୁଅ ବୋଲି ଡିଜିପି ପରାମର୍ଶ ଦେଇଥିଲେ। ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରୟ ଉପସ୍ଥିତ ଥିଲେ। ଡିଜିପି ଖଲିକୋଟ, ରମ୍ଭା, ଛତ୍ରପୁର ଥାନା ପରିଦର୍ଶନ କରି ସେ ବ୍ରହ୍ମପୁର ଯାଇଥିଲେ।

Share