ଛତ୍ରପୁର,୫।୨(ଡି.ଏନ୍.ଏ.): ନ୍ୟାଶନାଲ ଡିଫେନ୍ସ ଏକାଡେମୀର ଭାରତ, ଉଗାଣ୍ଡା, ନେପାଳର ୧୪ ଜଣିଆ ପ୍ରତିନିଧି ଦଳ ବୁଧବାର ଗଞ୍ଜାମ ଜ଼ିଲା ଗସ୍ତରେ ଆସିଛନ୍ତି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସହ ଜିଲାରେ ଚାଲିଥିବା ଉନ୍ନୟନ କାର୍ଯ୍ୟ, ବିପର୍ଯ୍ୟୟ ମୁକାବିଲା ପରିଚାଳନା ଉପରେ ପ୍ରତିନିଧି ଆଲୋଚନା କରିଥିଲେ। ପରେ ଏହି ପ୍ରତିନିଧି ଦଳ ମହିଳା ସଂଘର ଗୋଲାପ ଚାଷ, ସିଲେଇ କେନ୍ଦ୍ର, ଅଙ୍ଗନଓ୍ବାଡି କେନ୍ଦ୍ର ଆଦି ପରିଦର୍ଶନ କରିଛନ୍ତି।