ଗଞ୍ଜାମ,୫।୪(ବିଦ୍ୟାଧର ସାହୁ ) ଗତ ଛବିଶିରୁ ଆରମ୍ଭ ହୋଇଛି ଗଞ୍ଜାମ ଜିଲାର ପ୍ରସିଦ୍ଧ ଦଣ୍ଡକାଳୀଙ୍କ ପର୍ବ। ମା’ ଦଣ୍ଡକାଳୀ ଗାଁଗାଁ ବୁଲି ମାନସିକଧାରୀଙ୍କ ଦାଣ୍ଡରେ ଦଣ୍ଡବିଧାନ କରୁଛନ୍ତି। ରାଜପୁର ମା’ ଦଣ୍ଡକାଳୀ ଦୁର୍ଗାଦେବୀ ସାହିରେ ପୂଜା ପାଇଛନ୍ତି। ମାନସିକଧାରୀ ସୁରେନ୍ଦ୍ର ପାଢ଼ୀ , ସନ୍ତୋଷ ପାଢ଼ୀ ଓ ବିଶ୍ୱନାଥ ପାଢ଼ୀ ପୂଜାର୍ଚନା କରିଥିଲେ । ପୂର୍ବାହ୍ନରେ ଧୂଳି ଦଣ୍ଡ ଅନୁଷ୍ଠିତ ହୋଇଥିଲା। ମା’ଙ୍କ ଆଳତି ଦର୍ଶନ ପାଇଁ ବହୁ ଭକ୍ତଙ୍କ ଭିଡ଼ ଜମିଥିଲା ।


