ଗଞ୍ଜାମରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଜିଲାପାଳଙ୍କ ଅଫିସକୁ ପ୍ରବେଶ ପୂର୍ବରୁ କରାଯାଉଛି ସ୍କ୍ରିନିଂ, ସାନିଟାଇଜେଶନ

ଛତ୍ରପୁର, ୧୩/୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ଆକ୍ରନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ନେଇ ଜିଲାପ୍ରଶାସନ ପକ୍ଷରୁ ସମାଜିକ ଦୂରତା, ମାସ୍କ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି। କିଭଳି ଜିଲାବାସୀଙ୍କୁ ଗୋଷ୍ଠୀ ସଂକ୍ରମଣରୁ ରକ୍ଷା କରାଯାଇପାରିବ ସେଥିପାଇଁ ଉଦ୍ୟମ ଚାଲିଛି। ଏହି କ୍ରମରେ ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟଳୟରେ ଜ଼ିଲାପାଳଙ୍କଠାରୁ ଆରମ୍ଭ କରି ସମସ୍ତ ଅଧିକାରୀ, କାମ କରୁଥିବା ସମସ୍ତ କର୍ମଚାରୀ, ବାହାରୁ ଆସୁଥିବା ଅତିଥିଙ୍କ ସାନିଟାଇଜେଶନ୍‌ ଏବଂ ସ୍କ୍ରିନିଂ କରାଯାଇ କାର୍ଯ୍ୟଳୟ ମଧ୍ୟକୁ ପ୍ରବେଶ କରାଯାଉଛି। ତେବେ କୋଭିଡ-୧୯କୁ କିପରି ଭାବେ ମୁକାବିଲା କରାଯିବ ସେଥିପାଇଁ ଅନେକ ସମୟରେ ଜିଲାପାଳଙ୍କଠାରୁ ଆରମ୍ଭ କରି ଅନ୍ୟ ଅଧିକାରୀ ମାନେ ଉକ୍ତ କାର୍ଯ୍ୟାଳୟର ବୈଠକ କରୁଛନ୍ତି। ଏଥିପାଇଁ ବହୁ ଅଧିକାରୀ ଓ ଅନ୍ୟମାନେ ଜ଼ିଲାପାଳଙ୍କ ଅଫିସକୁ ଆସିଥାନ୍ତି। ଏହାକୁ ଦୃଷ୍ଟିରେ ରଖଇ ଏଭଳି ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି।

Share