ଗଞ୍ଜାମରେ ବେକାବୁ କରୋନା: ଆକ୍ରାନ୍ତଙ୍କ ସଂଖ୍ୟା ୧୫୦ ଟପିଲା

ଭୁବନେଶ୍ୱର,୧୧।୫(ବ୍ୟୁରୋ)-ସାରା ରାଜ୍ୟରେ ଦିନକୁଦିନ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ କିଛିଦିନ ମଧ୍ୟରେ ଗଞ୍ଜାମ ଜିଲାରେ ଅଧିକାଂଶ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତ ଅଧିକାଂଶ ସୁରଟ ଫେରନ୍ତା ହୋଇଥିବାବେଳେ ସେଥିମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି। ସୋମବାର ସା ସୁଦ୍ଧା ଜିଲାରେ ଆକ୍ରାନ୍ତ ୧୫୪କୁ ଛୁଇଁଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧୪ରେ ପହଞ୍ଚିଛି।

Share