ଗଞ୍ଜାମରେ ସମୁଦ୍ର ପଥ ମୁକୁଳା, ସୁରକ୍ଷା ଚିନ୍ତା

ଛତ୍ରପୁର,୭ା୨(ଡି.ଏନ.ଏ.)- ଗଞ୍ଜାମ ଜିଲା ଦେଇଯାଇଥିବା ସମୁଦ୍ର ପଥ ମୁକୁଳା ରହିଛି। ଏନେଇ ସୁରକ୍ଷା ଚିନ୍ତା ଆହୁରି ବଢିଯାଇଛି। ସାମୁଦ୍ରିକ ଥାନା ବୋଟ୍‌ରେ ସମୁଦ୍ରରେ ପାଟ୍ରୋଲିଂ ହୋଇପାରୁନି। ଅଧିକାଂଶ ମତ୍ସ୍ୟଜୀବୀଙ୍କ ନିକଟରେ ମତ୍ସ୍ୟ ବିଭାଗ ପ୍ରଦତ୍ତ ପରିଚୟ ପତ୍ର ନାହିଁ। ଅନେକ ବୋଟର ଲାଇସେନ୍ସ ନାହିଁ। ବିନା ଲାଇସେନ୍ସରେ ଥିବା ବୋଟ୍‌ରେ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ମାଛ ମାରିବାକୁ ଯାଉଛନ୍ତିି। ଏପରିକି ବୋଟ୍‌ରେ ନମ୍ବର ବି ରହୁନାହିଁ। ଏହି ସବୁ କାରଣକୁ ନେଇ କେଉଁ ସମୟରେ ସମୁଦ୍ର ତଟ ଦେଇ ବାହ୍ୟ ଅନୁପ୍ରବେଶର ସମ୍ଭାବନା ମଧ୍ୟ ରହିଛି। ନିକଟରେ ଗୋପାଳପୁର ପୋର୍ଟ ଓ ଆଇଆରଇ (ଭାରତୀୟ ବିରଳ ମୃତ୍ତିକା) ପ୍ଲାଣ୍ଟ ରହିଛି। ଗଞ୍ଜାମ ଜିଲାର ସମୁଦ୍ର ତଟ ଦେଇ ବାହ୍ୟ ଅନୁପ୍ରବେଶକୁ କିପରି ରୋକାଯାଇ ପାରିବ ସେନେଇ ଏକ ବୈଠକ ଗୁରୁବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଅପରପକ୍ଷରେ ଉକ୍ତ ବୈଠକ ମାତ୍ର ସ୍ବଳ୍ପ ସମୟରେ ସରିଥିଲା। ଏଥିରେ ଅତିରିକ୍ତ ଜିଲାପାଳ କବୀନ୍ଦ୍ର କୁମାର ସାହୁ ଅଧ୍ୟକ୍ଷତା କରିଥିଲେ। ବୈଠକରେ ସମୁଦ୍ର ତଟକୁ ସୁରକ୍ଷିତ ରଖିବା ପାଇଁ ଆର୍ଯ୍ୟପଲ୍ଲୀ ଓ ସୁନାପୁର ସାମୁଦ୍ରିକ ଥାନା ଅଧିକାରୀଙ୍କୁ ଅଧିକ କ୍ରିୟାଶୀଳ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ନିକଟରେ ଏକ ଅତ୍ୟାଧୁନିକ ବୋଟ ରହିଛି। ସମୁଦ୍ରରେ ଏଥିରେ ପାଟ୍ରୋଲିଂ ପାଇଁ ଏହା ସରକାରଙ୍କ ପକ୍ଷରୁ ଦିଆଯାଇଛି। ଅପରପକ୍ଷରେ ଗୋପାଳପୁର ପୋର୍ଟରେ ଥିବା ମତ୍ସ୍ୟ ଜେଟି ପୋତି ହୋଇଯାଇଛି। ଫଳରେ ଏହି ବୋଟ୍‌କୁ ନେଇ ସମୁଦ୍ରରେ ପାଟ୍ରୋଲିଂ କରିବା ସମ୍ଭବପର ହେଉ ନ ଥିବା ପୋଲିସ ପକ୍ଷରୁ କୁହାଯାଇଥିଲା। ଏହାର ଖନନ ପାଇଁ ୨ କୋଟି ଟଙ୍କା ଖର୍ଚ୍ଚ ହେବ। ନୂଆ ଜେଟି ନିର୍ମାଣ ପ୍ରସ୍ତାବରେ ରହିଛି। ମାଛ ମାରିବା ପାଇଁ ସମୁଦ୍ରକୁ ଯାଉଥିତ୍ବା ମତ୍ସ୍ୟଜିବୀମାନଙ୍କୁ ବିଭାଗ ପକ୍ଷରୁ ପରିଚୟପତ୍ର ଦେବାର ନିୟମ ରହିଛି। ବର୍ତ୍ତମାନ ସୁଦ୍ଧା ୩୨ ହଜାର ମତ୍ସ୍ୟଜିବୀଙ୍କୁ ବିଭାଗ ପରିଚୟପତ୍ର ଦେଇଛି। ଅନ୍ୟମାନଙ୍କୁ ପରିଚୟପତ୍ର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଗଞ୍ଜାମ ଉପକୂଳର ୧୬ ସ୍ଥାନରେ ମାଛ ଧରା ଡଙ୍ଗା ଅବତରଣ କରୁଥିବା ସ୍ଥାନ ପ୍ରତି ତୀକ୍ଷ୍ମ ଦୃଷ୍ଟି ରଖିବାକୁ କୁହାଯାଇଛି। ସମସ୍ତ ମାଛ ଧରା ଡଙ୍ଗାଗୁଡିକୁ ରେଜିଷ୍ଟ୍ରେଶନ କରାଯିବ ଏବଂ ସେଥିରେ ସ୍ପଷ୍ଟ ଭାବେ ରେଜିଷ୍ଟ୍ରେଶନ ନମ୍ବର ଲେଖାଯିବ। ମତ୍ସ୍ୟଜୀବୀମାନଙ୍କର ପରିଚୟପତ୍ର ଗୁଡିକୁ ୨ ସାମୁଦ୍ରିକ ଥାନା ପୋଲିସ ଯାଞ୍ଚ କରିବେ। ଜିଲା ମତ୍ସ୍ୟ ବିଭାଗର ସଚେତନତା କାର୍ଯ୍ୟକ୍ରମ ବଳବତ୍ତର ରଖିବେ। କାର୍ଯ୍ୟକ୍ରମ ବେଳେ ସ୍ଥାନୀୟ ପୋଲିସ ଓ ତହସିଲଦାରଙ୍କୁ ସାମିଲ କରିବାକୁ କୁହାଯାଇଛି। ମାଛ ମାରିବାକୁ ଯାଇଥିବା ବେଳେ କିମ୍ବା ସମୁଦ୍ର କୂଳରେ କାହା ଉପରେ ଓ ବୋଟ୍‌ ଉପରେ ସନ୍ଦେହ ହେଲେ ପୋଲିସକୁ ମତ୍ସ୍ୟଜୀବୀମାନେ ଜଣାଇବାକୁ କୁହାଯାଇଛି। ଗୋପାଳପୁର ସହର ସମୁଦ୍ର ଉପକୂଳରେ ରହିଛି। ଏଠାରେ ଥିବା ସମସ୍ତ ହୋଟେଲର ଅନ୍ତେବାସୀଙ୍କ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମୁଦ୍ରକୁ ମାଛ ମାରିବାକୁ ଯିବାବେଳେ ଲାଇଫ୍‌ ଜାକେଟ୍‌ ବ୍ୟବହାର ମତ୍ସ୍ୟଜୀବୀମାନେ କରିବେ। ଏହାର ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଇ ଦିଆଯାଇଛି। ବୈଠକରେ ଛତ୍ରପୁର ଉପଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଗଞ୍ଜାମ ତହସିଲଦାର ଅବନୀ କୁମାର ସାହୁ, ଚିକିଟି ତହସିଲଦାର ରାଜକିଶୋର ଜେନା, ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଆସିଷ୍ଟାଣ୍ଟ କଲେକ୍ଟର ଲିଲନ୍‌ ପ୍ରସାଦ ସାହୁ ଓ ପ୍ରଜ୍ଞା ପରିମିତା ଥାଟୋଇ, ସୁନାପୁର ସାମୁଦ୍ରିକ ଥାନା ଆଇଆଇସି ଗୌରାଙ୍ଗ ଚନ୍ଦ୍ର ସାହୁ, ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଆଇଆଇସି ଶର୍ମିଷ୍ଠା ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri