ଛତ୍ରପୁର, ୨୨।୬(ଡି.ଏନ୍.ଏ.): କରୋନା ମହାମାରୀ ଯୋଗୁ ଗଞ୍ଜାମ ଜିଲାରେ ସମ୍ପୂର୍ଣ୍ଣ ଶଟଡାଉନ୍ ହେବ ବୋଲି ସବୁଆଡେ ଚର୍ଚ୍ଚା ଚାଲିଛି। ତେବେ ଏହା ଏକ ଗୁଜବ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର ଟୁଇଟ୍କରି ସୂଚନା ଦେଇଛନ୍ତି। ପୂର୍ବଭଳି ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୭ରୁ ମଧ୍ୟାହ୍ନ ୧୨ଟା ଯାଏ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲାରହିବ। ଦୈନିକ ମଧ୍ୟାହ୍ନ ୧୨ଟାରୁ ପରଦିନ ସକାଳ ୭ଟା ପର୍ଯ୍ୟନ୍ତ ଲକ୍ଡାଉନ ଜାରି ରହିବ। ସେହିପରି ଶନିବାର ଓ ରବିବାର ସମ୍ପୂର୍ଣ୍ଣ ଶଟ୍ଡାଉନ ରହିବ ବୋଲି ଜିଲାପାଳ ସ୍ପଷ୍ଟ କରିଛନ୍ତି।
Posted inଆମ ଜିଲା ଖବର, କରୋନା ଭାଇରସ୍, ଗଞ୍ଜାମ