ଗଞ୍ଜାମରେ ସୁସ୍ଥ ହେଲେଣି ୩୦୨ ଆକ୍ରାନ୍ତ: ଆଉ ୮୯ କରୋନା ଆକ୍ଟିଭ

ଛତ୍ରପୁର, ୨୮।୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ବର୍ତ୍ତମାନ ସୁଦ୍ଧା ୩୯୪ ଜଣଙ୍କଠାରେ କରୋନା ପଜିଟିଭ୍‌ ମିଳିଛି। ଏଥିରୁ ୩୦୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ସେହିଭଳି ୩ କରୋନା ପଜିଟିଭଙ୍କ ମତ୍ୟୁ ହୋଇଥିବା ବେଳେ ୮୯ ଜଣ କରୋନା ପଜିଟିଭ୍‌ ଆକ୍ଟିଭ ଅଛନ୍ତି। ଏମାନଙ୍କୁ ଶିତଳାପଲିସ୍ଥିତ କୋଭିଡ୍‌ ହସ୍ପିଟାଲ ଓ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜରେ ଖୋଲିଥିବା କୋଭିଡ୍‌ କେୟାର ସେଣ୍ଟରରେ ରଖି ଚିକିସଛା କରାଯାଉଛି। ଗୁରୁବାର ଗଞ୍ଜାମରେ ୨୬ ପଜିଟିଭ୍‌ ମିଳିଥିବା ବେଳେ ଆଉ ୧୯ ପଜିଟିଭ ସୁସ୍ଥ ହୋଇଛନ୍ତି । ସୁସ୍ଥ ହେବା ପରେ ଏମାନଙ୍କୁ କୋଭିଡ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇ ଆମ୍ବୁଲାନ୍ସ ଯୋଗେ ତାଙ୍କ ଘରକୁ ପଠାଇଦିଆଯାଇଛି। ନିୟମିତ ଏମାନଙ୍କ ଉପରେ ସ୍ବାସ୍ଥ୍ୟ ବିଭାଗର ଟିମ ନଜର ରଖୁଛନ୍ତି।

Share