ବ୍ରହ୍ମପୁର ଅଫିସ/ଛତ୍ରପୁର(ଡି.ଏନ.ଏ.)୨୪।୧୦: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେଇଥିବା ଯୋଗୁଁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଏହାର ପ୍ରଭାବରେ ଗଞ୍ଜାମ ଜିଲାରେ ବୁଧବାରଠାରୁ ପ୍ରବଳ ବର୍ଷା ହେଉଛି। ଏଥିପାଇଁ ଗଞ୍ଜାମ ଜିଲାପାଳଙ୍କ ପକ୍ଷରୁ ଗୁରୁବାର ଜିଲାର ସମସ୍ତ ବିଦ୍ୟାଳୟକୁ ବନ୍ଦ ଘୋଷଣା କରାଯାଇଛି। ଏନେଇ ଜିଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡା ସୂଚନା ଦେଇଛନ୍ତି। ତେବେ ସ୍କୁଲ ବନ୍ଦ ରହୁଥିଲେ ମଧ୍ୟ ଶିକ୍ଷୟତ୍ରୀ ଶିକ୍ଷକମାନେ ସ୍କୁଲରେ ଉପସ୍ଥିତ ରହିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି।